ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ତରଫରୁ କନିଷ୍ଠ ଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ତରଫରୁ ପ୍ରାଥମିକ ବିଦ୍ୟାଳୟ ଭୋଇରମୁଣ୍ଡା ଠାରେ ନୂତନ ଭାବେ ଯୋଗଦେଇଥିବା କନିଷ୍ଠ ଯୁବ ଶିକ୍ଷକ ବିଜୟ କୁମାର ପଣ୍ଡାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଯୁବକ ସଂଘ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ, ସହ ସମ୍ପାଦକ ଜଳନ୍ଧର ସାହୁ, କ୍ଲବର ସାମାଜିକ ଓ ଗଣମାଧ୍ୟମ ସମ୍ପାଦକ ତଥା ଯୁବ କବି ଯେମନ୍ତ ସାହୁ, ମିଥୁନ ସାହୁ, ଟିକେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ କରି ଯୋଗଦେଇଥିବା ଶିକ୍ଷକ ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହତା ପୋଷ୍ଟ- ରାଜନପାଲି ଗାଁର ଅଟନ୍ତି । ସେ ସ୍ନାତକ ଡିଗ୍ରୀ ହାସଲ କରି ଡିପ୍ଲୋମା ଇନ ସ୍ପେଶିଆଲ ଏଜୁକେଶନ ମେଣ୍ଟାଲ ରେଟାର୍ଡେଶନ ଶିକ୍ଷା ହାସଲ କରିଛନ୍ତି। ସେ କଳାହାଣ୍ଡି ଜିଲ୍ଲାରେ ସାଧାରଣ ବର୍ଗରେ ୫ତମ ରେଙ୍କ ହାସଲ କରି ପ୍ରାଥମିକ ବିଦ୍ୟାଳୟ ଭୋଇରମୁଣ୍ଡାରେ ପ୍ରଥମ ପସନ୍ଦରେ ନିଯୁକ୍ତି ପାଇଛନ୍ତି । ତେବେ ଯୁବ ଶିକ୍ଷକ ଶ୍ରୀ ପଣ୍ଡା ତାଙ୍କୁ ଗାଁ ସ୍କୁଲ ର ଶିକ୍ଷକ ଭାବରେ ପ୍ରଥମ କରି ଯୋଗଦାନ ଦିନ ଭବ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରି ସମ୍ମାନୀତ କରି ଥିବାରୁ ଭୋଇରମୁଣ୍ଡା ଯୁବକ ସଂଘକୁ ଧନ୍ୟବାଦ ଅର୍ପଣ କରିବା ସହ ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଗାଁ ସ୍କୁଲର ଛାତ୍ର ଛାତ୍ରୀଙ୍କ ପାଇଁ ନିଷ୍ଠାର ସହ ଶିକ୍ଷାଦାନ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.