ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପ୍ରାଚୀପ୍ରଭା କରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମମତା ରାଉତ, ମୁଖ୍ୟବକ୍ତା ଭାବେ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଅରୁଣ କୁମାର ପଣ୍ଡା, ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପକ ତର୍ପଣ କୁମାର ସାହୁ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ସାହୁ, ଜୀବ ବିଜ୍ଞାନ ପ୍ରୟୋଗଶାଳା ପ୍ରଶିକ୍ଷକା ସ୍ଵର୍ଣ୍ଣପ୍ରଭା ନାୟକ, ପ୍ରାଣୀ ବିଜ୍ଞାନ ପ୍ରୟୋଗଶାଳା ସହାୟକ ରବିନାରାୟଣ କର, ପ୍ରାଣୀ ବିଜ୍ଞାନ ପ୍ରୟୋଗଶାଳା ସହାୟିକା ସୁପ୍ରିୟା ରାଉତ ପ୍ରମୁଖ ଯୋଗ ଦେଇ ପ୍ରାଣୀ ବିଜ୍ଞାନ ବିଷୟଟି ଅଧିକ ଗୁରୁତ୍ବ ବହନ କରେ, ଛାତ୍ରଛାତ୍ରୀ ମାନେ ଏଥିରେ ଅଧିକ ମନୋନିବେଶ କରିବା ଆବଶ୍ୟକ ବୋଲି କହିଥିଲେ। ଏହା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ପ୍ରାରମ୍ଭରେ +୩ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।