ନାଟ୍ୟାନୁଷ୍ଠାନ ‘ନାୟିକା’ ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ ‘ଏପ୍ରିଲ ଫୁଲ୍’

• ନାୟିକା ମିଡିଆ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପ୍ରତିବଦ୍ଧ ନାଟ୍ୟାନୁଷ୍ଠାନ ‘ନାୟିକା ବାଲେଶ୍ଵର’ର ୧୯ତମ ପ୍ରତିଷ୍ଠା ଦିବସ ଓ ୭ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା ଗତକାଲି ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥି ଗଣ ବାଲେଶ୍ଵରର ଯୁବ ସାମ୍ବାଦିକା ତଥା ‘ସକାଳ’ ସମ୍ବାଦପତ୍ରର ସିନିୟର୍ ରିପୋର୍ଟର୍ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ନାୟିକା ମିଡିଆ ସମ୍ମାନ ୨୦୨୪ରେ ସମ୍ମାନିତ କରିଥିଲେ।

Omkar Vasthu
Omkar Vasthu

ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ପ୍ରତ୍ୟାଶା ଆରମ୍ଭରୁ ଜଣେ ଉତ୍ସର୍ଗୀକୃତ ସାମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠା ଦେବା ସହିତ ଏ ଦିଗରେ ଅନୁସନ୍ଧିତ୍ସା ରଖି ନୂଆ ନୂଆ ସମ୍ବାଦ ପରିବେଷଣ କରି ସେ ସଭିଙ୍କର ଆଦରଣୀୟା ହୋଇ ପାରିଛନ୍ତି। ଏହା ପୂର୍ବରୁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଏହି ସନ୍ଧ୍ୟାରେ ଡା. ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟ ଓ ହିମାଂଶୁ ଦାସଙ୍କ ସ୍ମୃତିରେ ‘ନାଟ୍ୟରୁଚି ସମ୍ମାନ’ ଓଡିଶା ନାଟ୍ୟ ସଂଘ, ଦକ୍ଷିଣାଞ୍ଚଳ ଜୋନ୍ ଉପ-ସଭାପତି ମନୋଜ କୁମାର ଦଣ୍ଡପାଟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଦ୍ବିତୀୟ ସନ୍ଧ୍ୟାରେ ବାଲେଶ୍ଵର ଶିଳ୍ପ ଓ ବାଣିଜ୍ୟ ସଂଘ ସଭାପତି ସଞ୍ଜୟ କୁମାର ଦାସ, ଡାକ୍ତର ଅମରଜ୍ୟୋତି ଆଚାର୍ଯ୍ୟ, ଓଡିଶା ନାଟ୍ୟ ସଂଘ ସମ୍ପାଦକ ଶୁଭକାନ୍ତ ପାଢ଼ୀ ଅତିଥି ଭାବେ ଯୋଗ ଦେଇ ନାଟକକୁ ବଞ୍ଚାଇ ରଖିବା ଦିଗରେ ବାଲେଶ୍ଵରର ନାଟ୍ୟାନୁଷ୍ଠାନ ‘ନାୟିକା’ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଉପସ୍ଥିତ ଥିଲେ ‘ନାୟିକା’ର ନିର୍ଦ୍ଦେଶିକା ସୁସ୍ମିତା ରଣା, ସାଂସ୍କୃତିକ ସମ୍ପାଦକ ବିଜୟ ଅଧିକାରୀ ଏବଂ ପାର୍ଥ ସାରଥୀ ଧଳ।

‘ନାୟିକା’ ପକ୍ଷରୁ ସୁଶୀଲ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଉପ ନିର୍ଦ୍ଦେଶକ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ସନ୍ଧ୍ୟାର ନାଟକର ନିର୍ଦ୍ଦେଶକ ଅର୍ଣ୍ଣବ କରଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।ଏହାପରେ ‘ଶୋଭା’ ପକ୍ଷରୁ ଅର୍ଣ୍ଣବ କର ନିର୍ଦ୍ଦେଶିତ ନାଟକ ‘ଏପ୍ରିଲ ଫୁଲ୍’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକକୁ ଉପଭୋଗ କରିଥିଲେ ଭରପୁର୍ ନାଟ୍ୟପ୍ରେମୀ ଦର୍ଶକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.