ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଲେଖିକା ସଂଘର ‘ଶୀତ କାବ୍ୟୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଡ. ବିଧୂପ୍ରଭା ରଥ ଯୋଗ ଦାନ କରି ଶୀତକୁ ନେଇ ଏକ ମର୍ମସ୍ପର୍ଶୀ ବକ୍ତବ୍ଯ ପ୍ରଦାନ କରି ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ଦିଗଦର୍ଶନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବୟିତ୍ରୀ ଦୀପ୍ତି ମୁଣ୍ଡଙ୍କ ବାପା ସ୍ବର୍ଗତ କୋଶଳେଶ୍ୱର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଞ୍ଜଳି ମୁଣ୍ଡ। କବୟିତ୍ରୀ ସୁମତି ମୁଣ୍ଡଙ୍କ ସଂଯୋଜନାରେ କବୟିତ୍ରୀ ମୀନା ମୁଣ୍ଡ, କଳ୍ପନା ରଥ, ନାହେଦା ଶାହୀନ, ସନ୍ଧ୍ଯା ରାଣୀ ବେହେରା, ଅନୀତା ମୁଣ୍ଡ, ଅର୍ଚ୍ଚନା ମିଶ୍ର, ସସ୍ମିତା ସାହୁ, ଭାରତୀ ମିଶ୍ର, ରୀତା ପଟ୍ଟଯୋଷୀ, ସବିତା ଶତପଥୀ, ନିବେଦିତା ରଥ, ପ୍ରମୋଦିନୀ ପଣ୍ଡା, ସବିତା ଦାସ, ମିନତି ପ୍ରଧାନ, ତପସ୍ୱୀନି ପଣ୍ଡା, ସୁଦେଷ୍ଣା ପଣ୍ଡା, ପ୍ରମୂଖ ୨୦ ରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ। ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ କବୟିତ୍ରୀ ନିବେଦିତା ମହାନ୍ତି। ସଂପାଦିକା କଳ୍ପନା ରଥ ସମସ୍ତଙ୍କୁ ସହଯୋଗ ଯୋଗାଉଥିବା ପାଇଁ ଧନ୍ଯବାଦ ଅର୍ପଣ କରଥିଲେ। ଗୁଗୁଲ ମିଟ ସହାୟତା ଯୋଗାଇ ଥିଲେ କୋଷାଧ୍ୟକ୍ଷା ସବିତା ଶତପଥୀ। ଧନ୍ଯବାଦ ଅର୍ପଣ କରିଥିଲେ ସହ ସମ୍ପାଦିକା ମିନତି ପ୍ରଧାନ, କାର୍ଯ୍ୟକ୍ରମର ମଧ୍ଯ ଭାଗରେ କବୟିତ୍ରୀ କବିତା ମୁଣ୍ଡଙ୍କ ଗଳ୍ପ ସଂସ୍କାର ହ୍ରୁଦୟ ସ୍ପର୍ଶୀଥିଲା। କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସଭାପତି ସୁଦେଷ୍ଣା ପଣ୍ଡା।