ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଛକରେ ଅବସ୍ଥିତ ରାଙ୍ଗ ଭାଟଲା ତୁମ୍ବ ନାଥ ଯୁକ୍ତ ଦୁଈ ବିଦ୍ୟଳୟରେ ଏନ ସି ସି ଦିବସ କୁ ବିଦ୍ୟାଳୟ ର ଏନ ସିସି ଆର୍ମି ଥାର୍ଡ଼ ଅଫିସର କାଳୁ ଚରଣ ମହାଙ୍କୁଡ ଙ୍କ ପ୍ରତାକ୍ଷ ତତ୍ୱାବଧାନ ରେ ବିଦ୍ୟାଳୟ ପରିସରରେ ସମସ୍ତ ଏନସିସି କେଡର ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇଛି | ସମସ୍ତ ଏନ ସି ସି ବାହିନୀ ଙ୍କ ଠାରୁ ପେରେଡ ରେ ଅଫିସର କାଳୁ ଚରଣ ମହାଙ୍କୁଡ ଙ୍କୁ ଅଭିବାଦନ ଗ୍ରହଣ କରିଥିଲେ | ପରେ ଏନସିସି ଦିବସ ର ମହତ୍ୱ, ଏକତା ଓ ଅନୁଶାସନ ର ପରାକାଷ୍ଠା ମାଧ୍ୟମରେ କେରଡ ମାନଙ୍କ ଠାରେ ଲିଡର ସିପ ଦକ୍ଷତା ବିକାଶ ସହ ଶାରୀରିକ, ମାନସିକବିକାଶ ହୋଇଥାଏ | ତାହାକୁ ସରଳ ଭାବେ ସମସ୍ତଙ୍କୁ ବୁଝାଇ ଥିଲେ | ଏବଂ ତାପରେ ସମସ୍ତ ଏନ ସି ସି ସାମୁହିକ ସଙ୍ଗୀତ ଗାନ କରିଥିଲେ | ଏବଂ ପରେ ବିଦ୍ୟାଳୟ ର ସହକାରୀ କେଡର ଅଧିକାରୀ ଆଦିତ୍ୟ ବେହେରା, ଶୁଭମ ରଥ, ଏବଂ ପାୟଲ ରାଣୀ ସାହୁଙ୍କ ନେତୃତ୍ୱ ରେ ଗ୍ରାମାଞ୍ଚଳ ପରିକ୍ରମା ହୋଇ ଥିଲା | ଶେଷରେ ବିଦ୍ୟାଳୟ ଉଇଙ୍ଗ ଜୁନିଅର କୋଡିନେଟର ପ୍ରତୁଷା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |