ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ପାଟଣାଗଡ଼ ଥାନା ସାଲେପାଲି ଗ୍ରାମ/ପଞ୍ଚାୟତ ପୋଡ଼ଛାପର ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇଲା ମେଲୋଡ଼ି ପାର୍ଟି ଗାଡ଼ି। ମେଲୋଡି ପାଟି ଗାଡ଼ି ୨୩ ରୁ ଅଧିକ କଳାକାରଙ୍କୁ ନେଇ ଫେରୁଥୁଲା। ଭାରସାମ୍ୟ ହରାଇ ଦୁଘଟଣାରେ ପୋଲରେ ଝୁଲି ରହିଛି ମିନି ଟ୍ରକ୍, ଅଳ୍ପକେ ବର୍ତ୍ତିଲେ କଳାକାର ପାର୍ଟି। ଏକ ବଡ଼ ଅଘଟଣ ରୁ ଅଳ୍ପକେ ବର୍ତ୍ତିଗଲେ କଳାକାର। ଭୋର ସକାଳ ୪ ଟା ୩୦ ମିନିଟ୍ ରେ କଳାହାଣ୍ଡି ଜିଲ୍ଲା ଉତ୍କେଲା ଅଞ୍ଚଳର ଏକ ମେଲୋଡି ଗାଡି ପଦ୍ମପୁର ଅଞ୍ଚଳରେ ପୋଗ୍ରାମ ସାରି ଘରକୁ ଫେରୁଥିବା ବେଳେ ପାଟଣାଗଡ଼ -ବେଲପଡା ରାସ୍ତା ପୋଡ଼ଛାପର ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇ ପୋଲ ଉପରକୁ ଚଢି ଯାଇଛି। ସୌଭାଗ୍ୟ ବଶତଃ ଗାଡିଟି ପୋଲ ଉପରେ ଝୁଲି ରହିଛି।