ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ସହ ଆଲୋଚନା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନରଙ୍କ ସହ ଏକ୍ସକ୍ୟାଡ଼ର ଶିକ୍ଷକ ରାଜ୍ୟ ମହାସଂଘର ସଭାପତି ଜୟନ୍ତୀଲାଲ ସାହୁଙ୍କ ନେତୃତ୍ୱରେ ବିଭାଗୀୟ ସଚିବଙ୍କ ସହିତ ବିଭାଗର ବିଭିନ୍ନ ଅଧିକାରୀମାନଙ୍କ ଉପସ୍ଥିତିରେ ସାଧାରଣ ସଂପାଦକ ହାନେସ ପାତ୍ର ବାଗ, ରାଜ୍ୟ ମହାସଚିବ ବିଶ୍ୱରଂଜନ ଦାସ, ଉପଦେଷ୍ଟା ପ୍ରଶାନ୍ତ କୁମାର ଖମାରୀ, କାର୍ଯ୍ୟକାରି ସଭାପତି ଅଲେଖ ସାହୁ, କୋଷାଧ୍ୟକ୍ଷ ପ୍ରମୋଦ ବେହେରା, ମିଡ଼ିଆ ସଂପାଦକ ରଂଜୁ ଅମାତ, ସହ ମିଡ଼ିଆ ସଂଯୋଜକ ସତ୍ୟ ନାରାୟଣ ନାଏକ, ଶୋଭା ସିଂଗଣ୍ଡ ପ୍ରମୁଖ ଆଲୋଚନା କରିଥିଲେ।

ସଚିବାଳୟରେ ବିଭାଗୀୟ ସଚିବଙ୍କ କକ୍ଷରେ ହୋଇଥିବା ଆଲୋଚନାରେ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ରହିଥିବା ବିଭିନ୍ନ ସମସ୍ୟା କିପରି ସମାଧାନ ହୋଇପାରିବ ସେ ସମ୍ପର୍କରେ ଏଲିମେଣ୍ଟାରୀ ଶିକ୍ଷକ ଙ୍କ ପରି ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ଏକ SOP ପ୍ରକାଶ କରି DEO/BEO ସ୍ତର କୁ ପ୍ରେରଣ ପାଇଁ ରାଜ୍ୟମହାସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା । ଏହାପରେ ଏକ୍ସକ୍ୟାଡ଼ର ଶିକ୍ଷକ ମାନେ କିପିରି କ୍ୟାଡ଼ର ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ସକାରାତ୍ମକ ପ୍ରସ୍ତାବ ସରକାରଙ୍କୁ ଦେବା ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ। ଆଗାମୀ ଦିନରେ କିପରି କ୍ୟାଡ଼ରଭୁକ୍ତ ହୋଇ ପାରିବ ସେ ଦିଗରେ ସଚିବ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସକାରତ୍ମକ ଥିବାରୁ ରାଜ୍ୟ ମହାସଂଘର ଉପସ୍ଥିତ କାର୍ଯ୍ୟକର୍ତା ସନ୍ତୋଷ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.