ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟି ପକ୍ଷରୁ ଜାତି ଜନଗଣନା ଓ ପଛୁଆବର୍ଗଙ୍କ ୨୭% ସାମ୍ବିଧାନିକ ସଂରକ୍ଷଣ ଦାବିରେ ମଙ୍ଗଳବାର ଲୋୟର ମିଏମଜିରେ ଗଣଧାରଣା ସହ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ଥରରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦାବିକରି ଆସୁଥିବାବେଳେ ଇଣ୍ଡିଆ ମେଣ୍ଟର ସମସ୍ତ ସହଭାଗୀ ଦଳମାନେ ମଧ୍ୟ ସମାନ ଦାବିକରି ଆସୁଛନ୍ତି କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ତେଣୁ ତୁରନ୍ତ ଜାତି ଜନଗଣନା କରାଇବାକୁ ଦାବି କରିଛି ସମାଜବାଦୀ ପାର୍ଟି। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀଙ୍କ ତତ୍ବାବଧାନରେ ପ୍ରତିବାଦ ସଭା ହେବାସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।