ବିଶ୍ଵନାଥପୁର ଠାରେ ଜାଗୃତି ପ୍ରକଳ୍ପ ଦ୍ଵାରା ପରିବେଶ ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ମମତା ହେଲ୍ଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସଭାଗୃହରେ ପରିବେଶ ସୁରକ୍ଷା ଉପରେ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମକୁ “ପରି” ନାମରେ ନାମିତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଅଧିକାରୀମାନଙ୍କୁ ପରିବେଶ ପ୍ରଦୂଷଣ ଉପରେ ସଚେତନ କରାଯାଇଥିଲା। ଜିଲ୍ଲା ସଂଯୋଜିକା ବର୍ଷରାଣୀ ଦାସଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିଲେ। ତେବେ ଏଥିରେ ସରପଞ୍ଚ, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ଼ ସଭ୍ୟ/ସଭ୍ୟା ମାନଙ୍କୁ ପରିବେଶ ସଂରକ୍ଷଣ ଉପରେ ସଚେତନ କରାଯାଇଥିଲା ଏବଂ ନିଜ କାର୍ଯ୍ୟକ୍ଷେତ୍ରରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦ୍ଵାରା ପରିବେଶ ସୁରକ୍ଷା ଜନିତ ଭିଡିଓ ବାର୍ତ୍ତା ପରିବେଷଣ କରାଯାଇଥିବା ବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଘରୋଇ ପ୍ରଦୂଷଣକୁ କେମିତି କମ୍ କରିବା, ଶୁଖିଲା ଏବଂ ଓଦା ଅଳିଆକୁ ଅଲଗା କରି ରଖିବା ଓ ପ୍ଲାଷ୍ଟିକ ଜିନିଷର କମ୍ ବ୍ୟବହାର କରିବା ଭଳି ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ବର୍ଷା ରାଣୀ ଦାଶ ପରିଚାଳନା କରିଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମମତାର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.