ଭଙ୍ଗା କଂକ୍ରୀଟ ରାସ୍ତାକୁ ମରାମତି କରି ଚର୍ଚ୍ଚାରେ ଶ୍ରୀ ବିନାୟକ ୟୁଥ କ୍ଲବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଧିନସ୍ଥ ମୁଣିଂ ପଞ୍ଚାୟତ ପାକେଲପଡା ଗ୍ରାମର ଶ୍ରୀ ବିନାୟକ ୟୁଥ୍ କ୍ଲବର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ଗ୍ରାମବାସୀଙ୍କ ଅସୁବିଧାକୁ ଆଖି ଆଗରେ ରଖି ଗାଁର ଭଙ୍ଗା କଂକ୍ରୀଟ ରାସ୍ତାକୁ ମରାମତି କରିଛନ୍ତି। ୧୦ ବର୍ଷତଳେ ନିର୍ମିତ ହୋଇଥିବା ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଶ୍ରୀ ବିନାୟକ ୟୁଥ୍ କ୍ଲବର ସଭାପତି ଯଶୋବନ୍ତ ଗହୀର ଓ ସମ୍ପାଦକ ଲକ୍ଷାପତି ଭୋଇଙ୍କ ନେତୃତ୍ୱରେ ଋଷିନାଥ ଭୋଇ, କ୍ଷେତ୍ର ଗହୀର, ପୁରୁନ୍ଦର ଭୋଇ, ଜାଜ୍ଞସେନ ଗହୀର ଓ କ୍ଲବର ସଦସ୍ୟମାନେ ଖାଲଖମାରେ କଂକ୍ରିଟ ପକାଇ ମରାମତି କରିଥିଲେ। କ୍ଲବ ସଦସ୍ୟଙ୍କ ଏହି ଜନ ହିତକର କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ଭୂୟସି ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.