ସର୍ଗିଗୁଡା ପ୍ରହରୀ ମଣ୍ଡପରେ ପ୍ରଜ୍ଞା ମଣ୍ଡଳର ଦୀପଯଜ୍ଞ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ପ୍ରହରୀ ମଣ୍ଡପଠାରେ ପ୍ରଜ୍ଞା ମଣ୍ଡଳ କଳାହାଣ୍ଡି ଜିଲ୍ଲା ସଂଯୋଜକ ତପନ କୁମାର ସାହୁଙ୍କ ନେତୃତ୍ୱରେ ଦୀପଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେବସଂସ୍କୃତି ବିଶ୍ୱ ବିଦ୍ୟାଳୟ ହରିଦ୍ୱାରର ଛାତ୍ରୀ ବିଶାଖା ଭାରତୀ, ସିବାନୀ, ତନୁ ଦୀକ୍ଷିତ ପ୍ରମୁଖ ଯୋଗଦାନ କରି ଗାୟତ୍ରୀ ସଂଗଠନର ଗୁରୁତ୍ୱ ଓ ଏହାର ବିଶ୍ୱ କଲ୍ୟାଣ ଚିନ୍ତାଧାରା ଉପରେ ମାଗଦର୍ଶନ ଦେଇଥିଲେ। ସଂଧ୍ୟାରେ ସର୍ଗିଗୁଡା ପ୍ରହରୀ ମଣ୍ଡପରେ ଦୀପ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବାହ୍ନରେ ନର୍ଲା ଜବାହର ନବୋଦୟ ବିଦ୍ୟାଳୟ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ଭଲ ମଣିଷ ହେବାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ସର୍ଗିଗୁଡା ପ୍ରହରୀ ମଣ୍ଡପରେ ଅନୁଷ୍ଠିତ ଦୀପଯଜ୍ଞ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗଦାନ କରି ଦୀପଦାନ କରିଥିବା ବେଳେ ମା ଭଗବତୀ ପ୍ରଜ୍ଞା ମଣ୍ଡଳ ନର୍ଲାରୋଡର ସମ୍ପାଦକ ଚକ୍ରଧର ସା, ବରିଷ୍ଠ ସଦସ୍ୟ ଦାମୋଦର ମହାରଣା, ଟୁନୁ ଗଡତ୍ୟା, ଦିଗ ପଧାନ, ତୀର୍ଥ ବୁଦ୍ଧିଆ, ଫକୀର ପୁଟେଲ, ନର୍ଲାରୋଡ ମହିଳା ମଣ୍ଡଳର ସଭାନେତ୍ରୀ ସୁଷମା ପୁଟେଲ ଓ ତାଙ୍କର ସହକର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.