ସର୍ବଭାରତୀୟ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନା ପରିସରସର ସ୍ପୋର୍ଟସ ଷ୍ଟାଡ଼ିୟମରେ ମ୍ୟୁନିସନ ଇଣ୍ଡିଆ ଲିମିଟେଡ଼ (ଏମଆଇଏଲ) ତରଫରୁ ଚାଲିଥିବା ଦ୍ଵିତୀୟ ସର୍ବଭାରତୀୟ ହକି ଟୁର୍ଣ୍ଣାମେଣ୍ଟ ଉଦ‌ଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚ କୋର୍ବାଇଟ ଫ୍ୟାକ୍ତି ଆର୍ଭାନକାଡୁ ଓ ଜବଲପୁରର ଅଡି଼ନାନ୍ସ ଫ୍ୟାକ୍ତି ଖମାରିଆ ମଧ୍ୟରେ ହୋଇଥିଲା। ଆର୍ଭାନକାଡୁ ୨ – ୧ ଗୋଲରେ ବିଜୟୀ ହୋଇ ଚାମ୍ପିୟାନ ହୋଇଥବାବେଳେ ଖମାରିଆ ରନର୍ସଅପ ହୋଇଥଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ପୂର୍ବତନ ମହିଳା ହକି ଖେଳାଳୀ ଏଗ୍ନେସିଆ ଲୁଗୁନ ମୁଖ୍ୟ ଅତିଥ, କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାଶ, ମହାପ୍ରବନ୍ଧକ ପି.ଏଲ.ଭି. ଶେଖର, ବରିଷ୍ଠ ଗୁଣବତା ଆଶ୍ବାସନା ଅଧିକାରୀ କର୍ନେଲ ଅମିତାଭ ରାଠୀ ସମ୍ମାନୀତ ଅତିଥିଭାବରେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ବଲାଙ୍ଗିର କରାଟେ ସ୍କୁଲର ଛାତ୍ରୀ ତମନ୍ନା ମେହେରଙ୍ଗ ଭବିଷ୍ୟତ ଗଠନ ପାଇଁ ତିନି ଲକ୍ଷ ଆଠ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାଶ ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଛାତ୍ରୀ ତମନ୍ନା ମେହେର ଗତ ମାସରେ ଦକ୍ଷିଣ ଆଫ୍ରିକା ତୁରବାନଠାରେ ଆୟୋଜିତ କମନୱେଲଥ କରାଟେ ଚାମ୍ପିୟାନସିପରେ ବ୍ରୋଚ ମ୍ୟାଡ଼େଲ ବିଜୟୀ ହୋଇଥିଲେ। କାର୍ଯ୍ୟକ୍ରମକୁ କାରଖାନାର ସୂଚନା ଓ ଲୋକସମ୍ପର୍କ ଅଧକାରୀ ଦିଲିପ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଖେଳ ଅଧିକାରୀ ଜପିଳ କୁମାର ଖାଲକୋ, ସମ୍ପାଦକ ରାଜେସ ଓରାମ, ଅଜିତ କୁମାର ମିଶ୍ର, ରାମକ୍ରିଷ୍ଣା ବୋଷ, ଜ୍ୟୋତିମୟ ପୂଝାରୀ, ମନୋଜ ପଟ୍ଟନାୟକ, ପ୍ରକାଶ ଶର୍ମା, ଦେବାଶିଷ ସାଡ଼ୁ, ପ୍ରଦୀପ କୁମାର କର, ଜୟ ସିଂ ନାଏକ, ଶତଦଳ ବେହେରା, ସୌମ୍ୟ ରଂଜନ ସାହୁ, ଅଶ୍ବିନୀ ପାଢ଼ୀ, ସୁବଳ ତାଣ୍ଡି, ଆଜାଦ ପରେଟା, ଗୋପାଳ ଗିରି, କିରଣ ତ୍ରୀପାଠୀ, ସୁଧର ଥାଟିଙ୍ଗ ସମେତ ଜେସିଏମ, କାର୍ଯ୍ୟସମିତି, ୟୁନିୟନ ଏବଂ ଆସୋସିଏସନର କର୍ମକର୍ତା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.