ତୃତୀୟ ଦିବସରେ ମାନସ ରଞ୍ଜନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଡ଼ଙ୍ଗରୀଗୁଡା ଖେଳ ପଡିଆ ଠାରେ ବସୁନ୍ଧାରୀ ଯୁବକ ସଂଘ ଡ଼ଙ୍ଗରୀଗୁଡା ଆନୁକୂଲ୍ୟରେ ଚାଲିଥିବା ମାନସ ରଞ୍ଜନ ପାତ୍ର ମେମୋରିଆଲ ସପ୍ତଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ତୃତୀୟ ଦିବସରେ ପହଞ୍ଚିଛି। ତୃତୀୟ ଦିବସର ପ୍ରଥମ ଖେଳ ବେଦାନ୍ତ ୧୧ ଡ଼ଙ୍ଗରିଗୁଡା ଓ ବିନ୍ଦାସ କ୍ଳବ କର୍ଲାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିନ୍ଦାସ କ୍ଳବ କର୍ଲାକୋଟ ୧/୦ ଗୋଲ ସ୍କୋର କରି ବିଜୟୀ ହୋଇଛି।ଦ୍ଵିତୀୟ ଖେଳ ବଙ୍କାପଳା ଓ ମଣ୍ଡଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବଙ୍କାପଳା ବିଜୟୀ ହୋଇଛି। ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଳପାଳି ସରପଞ୍ଚ ପଦ୍ମିନୀ ପାତ୍ର, ବିଜେପି ନେତା ତ୍ରିନାଥ ଶବର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ, ସମାଜସେବୀ ଯଶୋବନ୍ତ ସିଂ ନାଏକ, ନିହାର ରଞ୍ଜନ ମୁଣ୍ଡ, କେତନପାତ୍ର, କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ଶିକ୍ଷକ ନବୀନ କୁମାର ବଗର୍ତ୍ତୀ ଖେଳ ପରିଚାଳନା କରିଥିବା ବେଲେ ଲାଇନ୍ସମ୍ୟାନ୍ ଭାବେ ଶେଷଦେବ ମଲ୍ଲିକ ଓ ରାଜ କୁମାର ହେର୍ଣ୍ଣା ସହଯୋଗ କରିଥିଲେ। ବାବୁଲାଲ ଶବର ଓ ଦେବେନ୍ଦ୍ର ପୁଝାରୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ବସୁନ୍ଧାରୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.