ରଏନଗୁଡା ଠାରେ ଲକ୍ଷ୍ମୀ ପୂଜା ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଣବସା ଗୁରୁବାର ଉପଲକ୍ଷେ କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଏନଗୁଡା ଠାରେ ମାଣବସା ଲକ୍ଷ୍ମୀ ପୂଜା ଉତ୍ସବ ବହୁତ ଧୁମଧାମ ସହ ପାଳିତ ହୋଇଯାଇଛି। ରବିବାର ଦିନ ପୂଜା ମଣ୍ଡପ ଠାରୁ କଲଶ ଯାତ୍ରା ବାହାରି ସ୍ଥାନୀୟ ନଦୀ ଠାରେ ଶହଶହ ମହିଳା ପହଞ୍ଚି ଥିଲେ। ପୂଜାର୍ଚ୍ଚନା ପରେ ନଦୀରୁ ପାଣି ଉଠାଇ ଜଳପୂର୍ଣ୍ଣ କଳଶି ପୂଜା ମଣ୍ଡପ ଠାରେ ସ୍ଥାପନ କରିଥିଲେ। କଳଶ ଯାତ୍ରାରେ ରଏନଗୁଡା ଗ୍ରାମର ଉପରପଡା ମାଁ ମହାଲକ୍ଷ୍ମୀ ବାଳିକା ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ଗ୍ରାମର କାର୍ତ୍ତିକେଶ୍ୱର କାଣ୍ଡ ଓ ତାଙ୍କ ସପତ୍ନୀ ପଦ୍ମା କାଣ୍ଡ କର୍ତ୍ତା ଦାୟିତ୍ୱରେ ଥିବା ବେଳେ ପଣ୍ଡିତ କେଦାରନାଥ ମିଶ୍ର ,କୃଷ୍ଣଚନ୍ଦ୍ର ଦାସ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଏହି ପୂଜା ୯ ଦିନ ଧରି ହେବାକୁ ଥିବାବେଳେ ଭଜନ ସମାରୋହ ଓ ନାଟକ କାର୍ଯ୍ୟକ୍ରମ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ରହିଛି। ପୂଜା କମିଟିର ସଭାପତି ସତ୍ୟନାରାୟଣ କାଣ୍ଡ,ଉପସଭାପତି ଚନ୍ଦ୍ରମଣି ନାଏକ, ସମ୍ପାଦକ ହେମନ୍ତ ନାଏକ, ସହ ସମ୍ପାଦକ ମିଥୁନ ପୁଝାରୀ, କୋଷାଧ୍ୟକ୍ଷ ମୋହନ ରାଉତ ପ୍ରମୁଖ ରଏନଗୁଡା ଗ୍ରାମ ବାସି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.