ଜାତୀୟ ଶ୍ରେଷ୍ଠ ଲେଖକ ପୁରସ୍କାର ପାଇବେ ହୀରାଧର

ଓଡ଼ିଆ ବାର୍ତ୍ତା/ ସଇଁତଲା/ ଟିକ୍ରାପଡ଼ା (ଗୋକୁଳାନନ୍ଦ ବଗର୍ତ୍ତୀ| ରମାକାନ୍ତ ରାଜପଲିଆ): ଜାତୀୟସ୍ତରୀୟ ଶ୍ରେଷ୍ଠ ଲେଖକ ପୁରସ୍କାରରେ ସମ୍ମାନିତ ହେବେ ସୁନାମଧନ୍ୟ ଗୀତିକାର ହୀରାଧର ଗହୀର। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତ କେଛୋମହାଣ ଗାଁର ହୀରାଧରଙ୍କୁ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ଦ୍ୱାରା ଉକ୍ତ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆସନ୍ତା ୩୧ ତାରିଖ ପୁରୀର ଟାଉନ ହଲ ଠାରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିବାକୁ ହୀରାଧରଙ୍କୁ ଏକ ପତ୍ର ମାଧ୍ୟମରେ ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଆବେଦ ନାଗ, ରୁକୁ ସୁନା, ଜନକ ସେଠ, ଅଜିତ ସାହୁ, ଅଜୟ ଦାଶ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପ୍ରମୁଖ ହୀରାଧରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହୀରାଧର ପ୍ରାୟ ହଜାରେରୁ ଉର୍ଦ୍ଧ୍ୱ ଗୀତ ରଚନା କରି ସାଧାରଣରେ ବହୁ ପ୍ରଶଂସା ସାଉଁଟିଛନ୍ତି। ହେନ୍ତା ମୁଇଁ ତମର ପାଗଲୀ, ନାଇଁ ଯା ଛାଡ଼ି ତୋର ଭିଟାମାଟି, ଶୁଣ ସୁଜ୍ଞଜନେ, ନୁଆଁଖାଇ ଜୁହାର, କେଲି କରଞ୍ଜର୍ ମାଲି ଭଳି ଅନେକ ଲୋକପ୍ରିୟ ଗୀତର ସେ ସ୍ରଷ୍ଟା। ଲୋକଗୀତଠୁ ଆରମ୍ଭ କରି ଜନସଚେତନତାଧର୍ମୀ, ଭଜନ ଯାଏ ବିଭିନ୍ନ ସ୍ୱାଦର ଗୀତ ରଚନା କରି ସେ ତାଙ୍କର କବି ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କର ଅନେକ ଗୀତ ସୁପୁରହିଟ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଅନେକ ସମ୍ବଲପୁରୀ ଗୀତ, କୋଶଲୀ ଫିଲ୍ମ ଏବଂ କମେଡି ପାଇଁ ହୀରାଧର ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.