କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ରକସା ନିଖିଲ ଖଡସେଙ୍କ ଆକାଂକ୍ଷା ବ୍ଲକ୍ ଗୁମ୍ମାର ବିଭିନ୍ନ ଗ୍ରାମକୁ ପରିଦର୍ଶନ ଓ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖଡସେ ଆଜି ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଗୁମ୍ମାର୍ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ସେଠାରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସବୁ ପରିଦର୍ଶନ କରିଥିଲେ । ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇ ଜିଲ୍ଲାର ଆକାଂକ୍ଷା ବ୍ଲକ୍ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ସହାୟତାରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖାଡସେ ପ୍ରଥମେ ଗୁମ୍ମା ବ୍ଲକର ମୁନିଶିଂ ଠାରେ ପହଞ୍ଚି ସେଠାରେ ଏସଏଚଜି ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଜିନିଷ ଦେଖି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ପରେ ମୁନିସିଂ ଗ୍ରାମରେ ହୋଇଥିବା ରବର୍ ପ୍ରକ୍ରିୟାକରଣ ୟୁନିଟ ଏବଂ ରବର ଚାଷ ବୁଲି ଦେଖି ଚାଷୀ ହିତାଧିକାରୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ତାପରେ ରାଷ୍ଟ୍ରମନ୍ତ୍ରୀ ତରଙ୍ଗଡା ପଞ୍ଚାୟତ ରେଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ସେଠାକାର କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଅନୁକୁଣ୍ଡା ଗୁଡ଼ା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଛୋଟ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେଠାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନ୍ୟୁଟ୍ରିସନ୍ ଥଇଥାନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।

ସାମ୍ବାଦିକ ମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଖାଡସେ ତାଙ୍କର ଏହି ଗ୍ରସ୍ତ ସମ୍ପର୍କରେ ଅଧିକ ସୁଚନାଦେଇ କହିଥିଲେ ଯେ , ମୋର ଏହି ଗ୍ରସ୍ତ ଅତ୍ୟନ୍ତ ସନ୍ତୋଷ ଜଣକ ଥିଲା । ଏସଏଚଜି: ମହିଳା , ଅଙ୍ଗନବାଡି ଛୋଟ ପିଲା ଓ ରବାର ଚାଷୀ ମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ଏଠାରେ ସବୁ ଅଛି , ଯାହା ଦେଖାଯାଉଛି , ଏଠାରେ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ଲୋକମାନେ ମଧ୍ୟ ବାର୍ତ୍ତାଳାପ ବେଳେ କହିଥିଲେ ଯେ , ପୂର୍ବରୁ ଏଠାରେ ବିକାଶ କିଛି ନ ଥିଲା କିନ୍ତୁ ବର୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ କାର୍ଯ୍ୟକ୍ରମ ଚାଲିଛି ଏବଂ ଲୋକଙ୍କ ଜୀବନ ଧାରଣାରେ ଉନ୍ନତି ଆସିଛି । ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା କାର୍ଯ୍ୟକ୍ରମ ଠିକଠାକ ଚାଲିଛି , ଏଥିରେ ମୁଁ ସନ୍ତୋଷ ପ୍ରକାଶ କରୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ସାହାଯ୍ୟ ଦରକାର ମୁଁ ସେଥିପାଇଁ ପ୍ରୟାସ କରିବି ।

ଗଜପତି ଜିଲ୍ଲାରେ ଡାକ୍ତର ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇବି । କ୍ରୀଡାର ଭିତ୍ତିଭୂମି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ସମ୍ଭବ ହୋଇପାରିବ ମୁଁ ସେଥିପାଇଁ ପ୍ରୟାସ କରିବି । ଅନ୍ୟପକ୍ଷରେ ରବର ଚାଷ ଏଠାରେ ଭଲ ଚାଲିଛି । ଆହୁରି ଅଧିକ ଭଲ ଭିତ୍ତିଭୂମି ଯେଭଳି ସୁଦୃଢ଼ ହୋଇପାରିବ ସେଥିପାଇଁ କୌଣସି ଏକ ଯୋଜନା ମାଧ୍ୟମରେ କରାହେବ, ଯାହା ଫଳରେ ରବର୍ ଚାଷୀ ଅଧିକ ଲଭାନ୍ଵିତ ହୋଇପାରିବେ ବୋଲି କହିଥିଲେ । ରାଷ୍ଟ୍ରମନ୍ତ୍ରୀ ଙ୍କ ଏହି ଗ୍ରସ୍ତ ବେଳେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, ଆକାଂକ୍ଷା ବ୍ଲକ୍ ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ଗୁଣନିଧି ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଏସପି ଶ୍ରୀ ଯତୀନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.