ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗାଁ ପଡ଼ିଆରେ ଆଦର୍ଶ ଯୁବକ ସଂଘ ଆନୁକୂଲ୍ୟରେ ୧୬ତମ ଫୁଟବଲ ଟୁର୍ନାମେଣ୍ଟର ଶନିବାର ଅନୁଷ୍ଠିତ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ କେନ୍ଦୁଉଡ଼ାରକୁ ୨-୦ ଗୋଲରେ ହରାଇ ଗୁଲମୀ ଦଳ ଫାଇନାଲରେ ପ୍ରବେଶ କରିଛି | ଆଶିଷ ଦେବଶାହ, ପ୍ରତାପ ଭୁକ୍ତା, ଅସୀମ ଭୁକ୍ତା ଖେଳ ପରିଚାଳନା କରିଥିଲେ | ମନଧର ଦୀପ, ରିଙ୍କୁ ଖମାରୀ ଧାରା ବିବରଣୀ ପ୍ରଦାନ କରିଥିଲେ | ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ (ମଣ୍ଟୁ) ମୁଖ୍ୟ ଅତିଥି, ଟିକ୍ରାପଡ଼ା ସରପଞ୍ଚ ନରେନ୍ଦ୍ର କଲେତ, ସାମାଜିକ କର୍ମୀ ବଳଦେବ ମାଝୀ, ଶିକ୍ଷାବିତ ନବୀନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଆଦର୍ଶ ଯୁବକ ସଂଘ ସଭାପତି ଜୟରାମ ମାଝୀ, ସମ୍ପାଦକ ହରିଶ୍ଚନ୍ଦ୍ର ବାଗ, ସୋମନାଥ ମିର୍ଦ୍ଧା, ଟିକୁ ଧରୁଆ, ଆକାଶ ଧରୁଆ, ଆଶିଷ ଭୋଇ, ଆନନ୍ଦ ଧରୁଆ ପ୍ରମୁଖଙ୍କ ସମେତ ସଦସ୍ୟଗଣ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |