ଓଡ଼ିଆ ବାର୍ତ୍ତା/ ତୁମୁଡ଼ିବନ୍ଧ (ସରୋଜ ପ୍ରଧାନୀ): ଭିନ୍ନକ୍ଷମ ସୁରେନ୍ଦ୍ର ବେରୁକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତିନି ଚକିଆ ଯାନ ଅଟୋ ମିଳିଛି। ଏହାକୁ ନେଇ ସୁରେନ୍ଦ୍ରଙ୍କ ପରିବାର ବର୍ଗ ଖୁସି ଅନୁଭବ କରିଛନ୍ତି। ଦୀର୍ଘ ଦିନ ଧରି ସ୍ଵରେନ୍ଦ୍ର ଘରୁ ଯିବା ଆସିବ ପାଇଁ ବାଉଁଶ ବାଡ଼ିକୁ ନିଜର ସାହାରା କରୁଥୁଲେ। ଏଥିପାଇଁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତିନି ଚକିଆ ଅଟୋ ପାଇଁ ସେ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଏବେ କିନ୍ତୁ ସରକାର ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିବାରୁ ସେ କନ୍ଧମାଳ ତୁମୁଡିବନ୍ଧ ବ୍ଲକ ବିଜେପି ସଭାପତି ସରମେଶ୍ୱର ମାଝୀ, ମଣ୍ଡଳ ଉପଦେଷ୍ଟା ରବିଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ କର୍ମୀ ବଳଭଦ୍ର ରାଉତ, ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି।