ଆଜି ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ରୟାଲ ପଡିଆରେ ଚାଲିଥିବା ୧୨ତମ ସୁଜନନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚର ପୁଲ-ବି ର ଦ୍ଵିତୀୟ ସେମିଫାଇନାଲ ସୋନପୁରର ବିଏସଏଫ ଦଳ ଓ ମୟୁରଭଞ୍ଜର ଶିମିଳିପାଳ ୱାଇଲ୍ଡ ଟାଇଗର ଦଳ ମଧ୍ୟରେ ହାଇଥିଲା। ଏଥିରେ ସୋନପୁର ଦଳ ଳ ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛି। ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସପି ବୀରେନ୍ଦ୍ର କୁମାର ନାୟକ, ବୟନିକା ସଭାପତି ପ୍ରକାଶ ମେହେର, ମୁନା ତ୍ରିପାଠୀ, ପ୍ରବୀଣ ନାଗ, ଗୋପାଳ ବରେଇ, ଜନ୍ମ ପାତ୍ର, ଶିକ୍ଷକ ସୁରେଶ ବାଘ, ଅଚ୍ୟୁତ୍ର ଛତ୍ର, ସମାଜିକ କର୍ମୀ କ୍ଷୀର ବିଭାର, ଅନିଲ ଭାଇନା ଯୋଗଦେଇ ଆଜିର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ରେଫରି ଭାବେ ଜଗତ ଜଗଦଲା ଏବଂ ସହଯୋଗୀ ରେଫରି ଭାବେ ରାଜେନ୍ଦ୍ର ସେଠ ଓ ସନ୍ତୋଷ ପଧାନ ଖେଳ ପରିଚାଳନା କରିଥିଲେ। ପ୍ରଶାନ୍ତ ସେଠି ମ୍ୟାଚ କମିସନର ଦାୟିତ୍ଵ ତୁଲାଇ ଥିବାବେଳେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ଜଗଦଲା ଏବଂ ରାକେଶ ନାଗ ତୁଲାଇଥିଲେ।