ଲଜ୍ଜ୍ୟା…ପାପ କଲା ବାପ: ଝିଅକୁ ଦୁଷ୍କର୍ମ କରି ଜେଲ୍ ଗଲା ପିଶାଚ ବାପା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚାଲରେ ନିଜର ଜନ୍ମିତ ଝିଅକୁ ଦୁଷ୍କର୍ମ ଓ ଅନ୍ତସ୍ୱତ୍ତ୍ବା କରି ବାପା ପୋଲିସ ଦ୍ଵାରା ଗିରଫ ହୋଇ ଜେଲଯିବା ଅଞ୍ଚଳରେ ଚାଞ୍ଚଲ୍ୟ ଓ ଚର୍ଚ୍ଚା ର ବିଷୟ ହୋଇଛି। ବାପ ଝିଅର ପବିତ୍ର ସଂପର୍କ ଉପରେ ପ୍ରଶ୍ନବାଚୀ ଉଠିଛି। ସଭ୍ୟ ସମାଜ ଏହାକୁ ନିନ୍ଦା କରିବା ସହ ମଣିଷ ପଶୁ ଠାରୁ ବି ହିନ ହୋଇଯାଇଥିବା କହୁଛନ୍ତି। ଆମେ ମଣିଷ ଏକ ସଭ୍ୟ ସମାଜ କହିବାକୁ ଆମକୁ ଲଜ୍ଜା ଲାଗୁଛି।

Omkar Vasthu
Omkar Vasthu

ଏ ସଂପର୍କରେ ବେଲପଡ଼ା ପୋଲିସ କେସ ନ ୧୭/୨୫ ଦଫା ୬୪(୨)ବି ଏ ନ ଏସ/୬ ପୋସ୍କୋ ଏକ୍ଟ ରେ ମକଦ୍ଦମା ରୁଜ୍ଜୁ କରି ପୀଡ଼ିତାକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇ ଥିବା ବେଳେ ପିଶାଚ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜାମିନ ନମାଞ୍ଜୁର ହେବାରୁ ଜେଲକୁ ପଠାଇ ଦେଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୂଚନା ଯୋଗ୍ୟ ବେଲପଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ବ୍ୟକ୍ତି ଗତ ୨୫ବର୍ଷ ହେଲା ଶ୍ରମିକ ଭାବରେ ପୁନେ ଅଞ୍ଚଳକୁ ଯାଇଥିଲେ। ସେଠାରେ ଜଣେ ଯୁବତୀକୁ ଭଲପାଇ ସ୍ୱାମୀ ସ୍ତ୍ରୀ ଭାବରେ ରହିଥିଲେ, ତାଙ୍କର ୩ ଝିଅ, ୩ ପୁଅ ଓ ସ୍ତ୍ରୀ ଅଛନ୍ତି। କିନ୍ତୁ ୭ ବର୍ଷ ତଳେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଗଣ୍ଡଗୋଳ କରି ସାନ ଝିଅକୁ ଧରି ବେଲପଡ଼ା ଅଞ୍ଚକୁ ଚାଲି ଆସିଥିଲେ। ଝିଅ ସହ ଆସିବା ପରେ ଝିଅ କୁ ସ୍ଥାନୀୟ ସ୍କୁଲ ରେ ନାମ ଲେଖାଇଥିଲେ। ପର ଘରେ ମୁଲ ଲାଗି କାମ କରୁଥିଲେ ଓ ନିଜର ଅଳ୍ପ ଚାଷଜମିରେ ଚାଷ କରୁଥିଲେ। ସେହି ଚାଷ ଜାଣିରେ କୁଡିଆ କରି ରହୁଥିଲେ। ସେହି ରାସ୍ତା ରେ ଜିଏ ଯିବା ଆସିବା କରୁଥିଲା ଅଭିଯୁକ୍ତ ବାପା ତାଙ୍କୁ ଗାଳିଗୁଲଜ କରି ଟାଙ୍ଗିଆ ଧରି ମାରିବା ପାଇଁ ଦୌଡ଼ାଉଥିଲେ। ତାଙ୍କର ଏ ବ୍ୟବହାରରେ ଗାଁ ଲୋକେ ସନ୍ଧେହ କରି ଘଟଣା ବିଷୟରେ ଜାଣିବାକୁ ପାଇଲେ। ଏ ନେଇ ନାବାଳିକା ଝିଅ ଅନ୍ତସ୍ୱତ୍ତ୍ବା ହୋଇଥିବାର ଜାଣି ଶିଶୁ ମଙ୍ଗଳ ଅଧିକାରୀ ସିଡିପିଓଙ୍କୁ ଜଣାଇଥିଲେ। ବେଲପଡ଼ା ସିଡିପିଓ ବିଦ୍ୟୁତପ୍ରଭା ନାଗ ଥାନାରେ ଏତଲା ଦେବାପରେ ପୋଲିସ ସହାୟତାରେ ଅନ୍ତସ୍ୱତ୍ତ୍ବା ନାବାଳିକାକୁ ଉଦ୍ଧାର କରି ସୁଧାର ଗୃହ ବଲାଙ୍ଗିରକୁ ପଠାଇଥିବା ବେଳେ ପିସାଚ ବାପା କୁ କୋଟ ଚାଲାଣ କରାଯାଇଥିବା ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.