ମାସେରୁ ଉର୍ଦ୍ଧ୍ୱ ହେଲା ଏଟିଏମ ଅଚଳ : କାର୍ଯ୍ୟକ୍ଷମ ଦାବି

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗାଁରେ ଥିବା ଏସବିଆଇ ଏଟିଏମ ମାସେରୁ ଉର୍ଦ୍ଧ୍ୱ କାଳ ହେବ ଅଚଳ ରହିଛି | ଫଳରେ ଉକ୍ତ ଏଟିଏମ ଉପରେ ନିର୍ଭର କରୁଥିବା ଲୋକେ ଟଙ୍କା ଉଠାଣ କରି ନ ପାରି ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି | ବିଶେଷତଃ ପେନସନଭୋଗୀ ଓ ମଣ୍ଡିରେ ଖରିଫ ଧାନ, କପା ଆଦି ବିକ୍ରି କରିଥିବା ଚାଷୀ ଧାରକରଜ ସୁଝିବା ପାଇଁ ଟଙ୍କା ଉଠାଣ କରିପାରୁନଥିବା ପ୍ରକାଶ କରିଛନ୍ତି | ଏହି ଏଟିଏମ ଉପରେ ଟିକ୍ରାପଡ଼ାର ୧୫ କିଲୋମିଟର ପରିଧି ମଧ୍ୟରେ ରହିଥିବା ସଇଁତଲା, ମୁରିବାହାଲ, ବେଲପଡ଼ା ବ୍ଲକର ୫୦ରୁ ଉର୍ଦ୍ଧ୍ୱ ଗାଁ ଲୋକଙ୍କ ସମେତ ପଥଚାରୀ ନିର୍ଭର କରିଥାନ୍ତି | ବିଭାଗୀୟ କର୍ତ୍ତୃପକ୍ଷ ଅବିଳମ୍ବେ ପଦକ୍ଷେପ ନେଇ ଅଚଳ ଏଟିଏମକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.