ସୁସ୍ୱାଦୁ ଚାଉଳ ବରା ବ୍ୟବସାୟୀ ମାର୍କଣ୍ଡ ତରିଆଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବଡବଜାର ଅଞ୍ଚଳର ପ୍ରସିଦ୍ଧ ଚାଉଳ ବରା ବ୍ୟବସାୟୀ ମାର୍କଣ୍ଡ ତରିଆଙ୍କ ବିୟୋଗ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସହରରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ଆଉ ମାର୍କଣ୍ଡ ତରିଆଙ୍କ ଚାଉଳବରା ଖାଇବାକୁ ମିଳିବନି। ସହରର ଅନ୍ୟ ଚାଉଳ ବରା ଦୋକାନୀ ଥିବାବେଳେ ତାଙ୍କର ଚାଉଳ ବରା ଖୁବ ପ୍ରସିଦ୍ଧ ଥିଲା। ଆଜି ସକାଳ ପ୍ରାୟ ୯ଟାରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହେଉଥିଲା। ପ୍ରାୟ ଏକ ବର୍ଷ ହେଲା ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ଵର୍ଗତ ତରିଆ ସ୍ଥାନୀୟ ଦୁର୍ଗମଣ୍ଡପ ଛକରେ ପ୍ରାୟ ୨୫ବର୍ଷ ହେବ ଠେଲାରେ ଚାଉଳ ବରା ବିକ୍ରି କରି ଖୁବ ଜଣାଶୁଣା ଥିଲେ। ଏଥିସହ ସ୍ବର୍ଗତ ତରିଆ ତେନ୍ତୁଲିଘାଟ ଭାଗବତ ପାଠାଗାରର ଉପସଭାପତି, ଜିଲ୍ଲା କୈବତ୍ଯ ସମାଜର କାର୍ଯ୍ୟକାରୀ ସଭାପତି ଏବଂ ଗୁଣ୍ଡିଚାମନ୍ଦିର ନାମଯଜ୍ଞ କମିଟିର ତଦାରଖ କାର୍ଯ୍ୟ ତୁଲାଉଥିଲେ। ସେ ଜଣେ ମେଳାପୀ, ଧାର୍ମକ, ସଂକୀର୍ତନ୍ୟ ପ୍ରେମୀ ଭାବେ ଅଂଚଳରେ ପରିଚିତ ଥିଲେ। ମୃତ୍ୟଶଯ୍ୟା ନିକଟରେ ତାଙ୍କ ପତ୍ନୀ, ତିନିପୁଅ ଶ୍ରୀଧର, ହଳଧର, ରାମେଶ୍ବର ଏବଂ ଝିଅ ସିରିତା ଉପସ୍ଥିତ ଥିଲେ। ରାମେଶ୍ଵର ଶ୍ମଶାନ ଠାରେ ତାଙ୍କ ଶବଦାହ କରାଯାଇଥିଲା। ବଡପୁଅ ଶ୍ରୀଧର ମୁଖାଗ୍ନି ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.