ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ପେଣ୍ଡରାମାଲ ଖେଳ ପଡିଆରେ ବିଶ୍ୱଜିତ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ବିଜେପି ନେତା ସର୍ବେଶ୍ୱର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଂଘର ଯୁବ ସଂଗଠକ ତଥା ଧରପଗଡ ଆଦିବାସୀ ସଂଘ ପଞ୍ଚାୟତ ସମ୍ପାଦକ ଶୁଭ ଛତ୍ରିଆ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ପ୍ରେମରାଜ ପାଣ୍ଡେ, ସତ୍ୟନାରାୟଣ ପଣ୍ଡା, ସୁଶୀଲ ପଧାନ, ଗୋପାଳ ମନହିରା, ପଦୁ ଭୋଇ ଏବଂ ଗାଁର ଭଦ୍ରବ୍ୟକ୍ତିମାନେ ମଞ୍ଚାସୀନ ଥିଲେ | ଉକ୍ତ ପ୍ରିତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ ମାକ୍ରି ଓ ଗୋଏଲଭାଡ଼ି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମାକ୍ରି ଦଳ ବିଜୟୀ ଚମ୍ପିୟାନ ହୋଇଥିଲେ । ପ୍ରଥମେ ଗୋଏଲଭାଡ଼ି ଦଳ ବ୍ୟାଟିଂ କରି ୧୦୯ ରନ୍ କରି ଥିଲେ | ଜବାବରେ ମାକ୍ରି ଦଳ ୧୧୦ ରନ୍ କରି ବିଜୟ ଲାଭ କରିଥିଲେ | ଲାଲକିଶୋର୍ ଭୋଇଙ୍କୁ ମେନ ଅଫ ଦ ମ୍ୟାଚ୍ ଓ ସିକୁ ରତାଇଙ୍କୁ ମେନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା | ମାରୁତି ମହାନନ୍ଦ, ଇମ୍ରନ ମହାନନ୍ଦ, ଆସ୍ତାନୁ ପ୍ରଧାନ, କାଳିଆ ଭୋଇ, ବାଲ୍ମୀକି ସ୍ୱାଇଁ, ଅମନ୍ ସା, ସୁରେନ୍ଦ୍ର ମହାନନ୍ଦ, ମହରା ଜାନୀ (ଡୁମା) ପ୍ରମୁଖ ଉପସ୍ଥିତ ରହିଥିଲେ ।