ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ଦ୍ରୁତ ଗତି ମହା ବିପତ୍ତି। ଦ୍ରୁତଗତିରେ ବାଇକ ଚଳାଇ ଏକ ୧୦୭ ମିନି ଗାଡିକୁ ଧକ୍କା ଦେଇଛି ବାଇକ। ଘଟଣା ସ୍ଥଳରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଦୁଇ ଜଣ ହେଲେ ଦେବଜୀତ ପରାସେଠ ଓ ସମଦେଶ ମଣ୍ଡଳ। ତୁମୁଡିବନ୍ଧ ଠାରୁ କୋଟଗଡ ଯିବା ରାସ୍ତାରେ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ଘଟଣା ସ୍ଥଳରେ ଉଭୟ ବାଇକ ଏବଂ ୧୦୭ ମିନି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣା ପଡିଛି। ଉଭୟ ଗୁରୁତର ବାଇକ ଆରୋହିଙ୍କୁ ତୁମୁଡିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ପଠାଇ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.