ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁନ୍ତଳା ସ୍ଥିତ ଡାକ ବଙ୍ଗଳା ଠାରେ ବିବେକାନନ୍ଦ ପାଠାଗାର ଆନୁକୂଳ୍ଯରେ ମାଁ ଚଣ୍ଡେଶ୍ୱରୀ ଲୋକମହୋତ୍ସବ ଉଦଯାପିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଲେ ଭିମସେନ ସ୍ବାଇଁ ସଭାପତିତ୍ବ କରିଥିଲେ। ଶେଷ ରଜନିରେ ମାଁ ଚଣ୍ଡେଶ୍ବରୀ ମହୋତ୍ସବ ତରଫରୁ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ତରୁଣ ବେହେରା, ସୁଶାନ୍ତ ମେହେର, ଅବିନାଶ ନନ୍ଦ, ବିଶାଳ ଅଗ୍ରୱାଲ, ଦିପା ଶର୍ମା, ରଞ୍ଜନ ବାଗ, ଅଶ୍ବିନୀ ସାହୁ, ନାରାୟଣ ସାହୁ, ପ୍ରଦିପ ବାଗ, ପ୍ରମୋଦ ସେଳମା ଓ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଲକ୍ଷ୍ମଣ ମେହେର, ସଇଁନ୍ତଲା ଥାନା ଅଧିକାରୀ ଶୁଶାନ୍ତ ବଢ଼େଇ, ପ୍ରମୋଦ କୁମାର ରଥ ମଞ୍ଚାସିନ ଥିବାବେଳେ ଆଦିବାସୀ ନୃତ୍ଯ, ରଙ୍ଗବତୀ ନୃତ୍ଯ, ଦୁଲଦୁଲି, ସମ୍ବଲପୁରୀ ନୃତ୍ଯ ପରିବେଷଣ ହେବା ସହ ବହୁ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା।