ସର୍ଗିଗୁଡା ପଂଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଥିବା ବେଳେ ସୋମବାର ୨୦/୧ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ, ବିଏସଏସଓ ପ୍ରଦୀପ ବେହେରା, ସର୍ଗୀଗୁଡା ନାଏବ ସରପଞ୍ଚ ସୁମିତ୍ରା ଓଝା ପ୍ରମୁଖ ମଞ୍ଚାସୀନ ରହି ଅଭିଯୋଗ ମାନ ଶୁଣି ସମାଧାନ କରିଥିଲେ।

Omkar Vasthu
Omkar Vasthu

ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଆରଡବ୍ଲୁଏସ ଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସନତ କୁମାର ନାଏକ, ଭୋଳାନାଥ ଦାସ, କନିଷ୍ଠ ଯନ୍ତ୍ରୀ ସଂଯୁକ୍ତା ପାଣି, ଏପିଓ ସୂର୍ଯ୍ୟମଣି ସେଠ, ସର୍ଗିଗୁଡା ଏଓ ହେମଲତା ଦୀପ, ବିଦ୍ୟୁତ ବିଭାଗ ଟାଟା ପାୱାର ଅଧିକାରୀ ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମି ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ କର୍ମଚାରୀ, ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ। ସର୍ଗିଗୁଡା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ସୁମିତ୍ରା ଓଝା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଜୀବନ ସାହୁ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଆରଏସ ଦେବକୀ ମାଝୀ, ଯୋଗାଣ ସହାୟକ ଟଙ୍କଧର ସା, ଗ୍ରାମ ପଞ୍ଚାୟତ କର୍ମଚାରୀ ଶଙ୍କର ଗୌଡ଼, ଯଦୁ ମାଝୀ ଓ ୱାର୍ଡ ସଭ୍ୟ/ସଭ୍ୟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଆରଏଚ, ପିଡ଼ିଏସ, ବିଦ୍ୟୁତ , ଭତ୍ତା, ପାଇଖାନା ପ୍ରଭୃତି ବିଷୟରେ ଏଭଳି ମୋଟ ୮୭ ଗୋଟି ଆପତ୍ତି ଅଭିଯୋଗ କୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.