ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଯୋଗିମୁଣ୍ଡା ସ୍ଥିତ ରାଜେନ୍ଦ୍ର ମେହେର ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟବକ୍ତା ଭାବେ ପାଟଣାଗଡ଼ ଏଡ୍ସ ମୁଖ୍ୟ ସଚେତକ ବେଲାଳସେନ ପଧାନ ଯୋଗଦେଇ ଏଡ୍ସର କାରଣ ଓ ନିରାକରଣ ସମ୍ପର୍କରେ ବୁଝାଇଥିଲେ | ବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଇତିହାସ ଅଧ୍ୟାପକ ଗୌରାଙ୍ଗଚନ୍ଦ୍ର ମେହେର, ସମାଜଶାସ୍ତ୍ର ଅଧ୍ୟାପିକା ବିନ୍ଦୁ ପୋଢ଼ ସମ୍ମାନିତ ଅତିଥି ରହିଥିଲେ l ଯୁବ ରେଡକ୍ରସ କାଉନସିଲର ତଥା ଇଂରାଜୀ ଅଧ୍ୟାପକ ସୁବ୍ରତକୁମାର ପାଢ଼ୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ କହିଥିଲେ l ଓଡ଼ିଆ ଅଧ୍ୟାପକ ରବୀନ୍ଦ୍ର ସେଠ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷା ଅଧ୍ୟାପକ ଅଜିତ କୁମାର ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ବିଭିନ୍ନ ପତିଯୋଗିତାରେ କୃତିତ୍ୱ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯlଇଥିଲା l ବିଦ୍ୟାଳୟର କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l