ସିକେରକୁପା ଛକରେ ଟ୍ରକ ଧକ୍କାରେ ମେକ୍ସ ପିକ୍ଅପ୍ ଚାଳକ ମୃତ୍ୟୁ: ଟ୍ରକ ଚାଳକ ଅଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ସିକେରକୁପା ଛକରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ପିକ୍ଆପ୍ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସିକେରକୁପା ଛକରେ ଏକ ମେକ୍ସ ପିକ୍ଅପ ଅଟକି ରହିଥିବା ବେଳେ କୋଇଲା ବୋଝେଇ ଟ୍ରକଟି ବିଶାଖାପାଟଣା ଠାରୁ ରାୟପୁରକୁ କୋଇଲା ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ଟ୍ରକଟି ଛକରେ ରହିଥିବା ମେକ୍ସ ପିକ୍ଅପକୁ ପଛପଟେ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ରାସ୍ତ କଡ଼ରେ ଠିଆ ହୋଇଥିବା ମେକ୍ସ ପିକ୍ଅପ୍ ଚାଳକ କୋଇଲାରେ ପୋତିହୋଇ ଯାଇଥିଲେ। ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିଶ୍ଵନାଥପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚେଇବା ପରେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ସମ୍ପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର ଓ କନେଷ୍ଟବଳ ବିଶ୍ଵନାଥ ମହଲା ଘଟଣାସ୍ଥଳରେ ପହଞ୍ଚି କୋଇଲା ବୋଝେଇ ଟ୍ରକ ଚାଳକକୁ ଫାଣ୍ଡିରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି। ତେବେ ମୃତ ଦେହକୁ ଜବତ ରଖିଥିବା ବେଳେ ସମୟ ଅଭାବ ଯୋଗୁଁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.