ମଗଧା ଗୈାଡ ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ରାଇଲିଗୁଡା ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର ସାଧାରଣ ସଂପାଦକ ପର୍ଶୁରାମ ନାୟକଙ୍କ ଅଧ୍ୟକ୍ଷତାରେ ଶାଖା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଳକ ସ୍ତରୀୟ ମଗଧା ଗୈାଡ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭାର ସଭାପତି ଭୁବନ ଗୈାଡ, ସମ୍ମାନିତ ଅତିଥି ଭାବେ ଡାବୁଗାଁର ସମାଜସେବୀ ମଣ୍ଟୁ ପରିଡ଼ା, ଅବିଭକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ମହାସଭାର କୋଷାଧ୍ୟକ୍ଷ ସନ୍ୟା ଗୈାଡ ଯୋଗଦେଇଥିଲେ। ପାପଡା ହାଣ୍ଡି ବ୍ଳକର ଜଗବନ୍ଧୁ ଗୈାଡ, ଶୁକ୍ର ଗୈାଡ, ଭରତ ନିହାଲ, ହରି ଗୈଡ ସରଣ ଗୈାଡ, ଡାଵୁଗାଁ ବ୍ଲକ ସଭାପତି କୁର୍ପାସିନ୍ଦୁ ଗୈାଡ, ଦୟୁନୁ ଗୈାଡ, ନଵରଙ୍ଗପୁର ପ୍ରଲାଦ ଗୈାଡ, ତେନ୍ତୁଳିଖୁଣ୍ଟି ବ୍ଳକ ପିତବାସ ନାୟକ, ଘନପତି ଗୈାଡ, କଷାଗୁମଣ୍ଡା ଡାଲବନ୍ଦୁ ଗୈାଡ, ଲକିନାଥ ଗୈାଡ, ଦାସରଥି ନାୟକ, ବାନୁଆଗୁଢା ଜଗବନ୍ଧୁ ଗୈାଡ, ଅବିଭକ୍ତ କୋରାପୁଟ ଜିଲ୍ଲାର ମଗଧା ଗୈାଡ ମହାସଭାର ସଭାନେତ୍ରୀ ଶ୍ରୀମତୀ ସୁଜାତା ଗୈାଡଙ୍କ ସମେତ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଗୈାଡ ସମାଜର ମହିଳା ପୁରୁଷ ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.