ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷଭ ପ୍ରଦର୍ଶନ କରିଛି। କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଖରାପ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ସାରା ରାଜ୍ୟରେ ବିକ୍ଷାଭ ପ୍ରଦର୍ଶନ କରାଯାଇଛି। ଆଜି ବଲାଙ୍ଗିର ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତା ମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।