କଳାହାଣ୍ଡି ଲେଖିକା ସଂଘର ଆଲୋଚନା ଚକ୍ର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜିର ନାରୀ ଏକାଧାରରେ ଗୃହିଣୀ ଏବଂ କର୍ମଜୀବୀ ମହିଳା ହେବା ସହସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରିଛି। କଲମମୂନରେ ନିଜ ମନର ଭାବାବେଗକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରି ପାରୁଛି। କିଛି ଏହିଭଳି ମନ୍ତବ୍ୟ ଦେଇଥିଲେ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ଆୟୋଜିତ ‘ସାମ୍ପ୍ରତିକ ପରିସ୍ଥିତିରେ ନାରୀର ସ୍ଥିତି ଏବଂ କଳାହାଣ୍ଡି ଲେଖିକା ସଂଘ’ ଶିର୍ଷକ ଆଲୋଚନା ଚକ୍ରର ନିମନ୍ତ୍ରିତ ଅତିଥି ହେମଲତା ବେଗମ ଏବଂ ଆଲୋଚନା ଚକ୍ରରେ ଯୋଗଦାନ କରିଥିବା ସଦସ୍ୟା ମାନେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ରହ୍ମନାଦ କରିଥିଲେ କବୟତ୍ରୀ ମୀନା ମୁଣ୍ଡ, ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ କବୟତ୍ରୀ କବିତା ମୁଣ୍ଡ। ପ୍ରଥମେ ସଂଘର ବରିଷ୍ଠ ସଦସ୍ୟା ରୀତା ପଟ୍ଟଯୋଷୀଙ୍କ ମା’ ସ୍ବର୍ଗତ ପ୍ରମିଳା ମହାପାତ୍ର ଏବଂ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟା ମନୋରମା ପାତ୍ରଙ୍କ ସ୍ବାମୀ ସ୍ବର୍ଗତ କୁଞ୍ଜ ବିହାରୀ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଂଘର ସମ୍ପାଦିକା କଳ୍ପନା ରଥ ଗତ ବାର୍ଷିକ ଉତ୍ସବ ପାଇଁ ସୁନ୍ଦର ଅଭିମତ ପ୍ରଦାନ କରିଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ଯବାଦ ଅର୍ପଣ କରିବା ସହସହ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କୁ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରିଥିବା ପ୍ରକାଶ କରଥିଲେ। କୋଷାଧ୍ୟକ୍ଷା ସବିତା ଶତପଥୀ ଚୁମ୍ବକରେ ବଜେଟ ଉପସ୍ଥାପନା କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ୨୦ରୁ ଉର୍ଦ୍ଧ୍ବ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ପୂର୍ବତନ ସଭାପତି ଚାରୁଲତା ମହାନ୍ତି, ମନୋରମା ପାତ୍ର, ଡ. ସୁଜାତା ମୁଣ୍ଡ, କବିତା ମୁଣ୍ଡ, ହେମଲତା ବେଗମ, ନିବେଦିତା ରଥ, ମୀନା ମୁଣ୍ଡ, କଳ୍ପନା ରଥ, ପ୍ରେମଶୀଳା ବେହେରା, ନିବେଦିତା ମହାନ୍ତି, ରୀତା ପଟ୍ଟଯୋଷୀ, ସସ୍ମିତା ସାହୁ, ସୁଜାତା ଠାକୁର, ପଦ୍ମିନୀ ବେହେରା, ତପସ୍ବୀନି ପଣ୍ଡା, ସଂଯୁକ୍ତା ମୁଣ୍ଡ, ସବିତା ଶତପଥୀ, ଅର୍ଚ୍ଚନା ମିଶ୍ର, ଗୌରୀ ମୁଣ୍ଡ, ସୁଦେଷ୍ଣା ପଣ୍ଡା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସଂଘର ସଭାପତି ସୁଦେଷ୍ଣା ପଣ୍ଡା। ଧନ୍ଯବାଦ ଅର୍ପଣ କରିଥିଲେ କବୟତ୍ରୀ ସସ୍ମିତା ସାହୁ। ଗୁଗୁଲ ମିଟ ସହାୟତା ଯୋଗାଇଥିଲେ କବୟତ୍ରୀ ସବିତା ଶତପଥୀ।