ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡା ଶୈବପୀଠ ଠାରେ ଉତ୍କେଲା ଡମ୍ବ ସମାଜ ଆମ୍ବେଦକରବାଦୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଉତ୍କେଲା ଗ୍ରାମର ପୋଲିସ କର୍ମଚାରୀ ପ୍ରଦୀପ ତାଣ୍ଡି ଓ ଉତ୍କେଲା ସମ୍ବାଦ ପ୍ରତିନିଧି ଲକ୍ଷ୍ମଣ ବାଗ (ଲିପୁ)ଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ଡମ୍ବ ସମାଜର ସର୍ବାଙ୍ଗୀନ ବିକାଶ ଉପରେ ଆଲୋକପାତ କରାଯାଇଥିଲା। ହଜାର ହଜାର ବର୍ଷଧରି କଳାହାଣ୍ଡି ମାଟିରେ ବସବାସ କରି ଆସୁଥିବା ଡମ୍ ସଂପ୍ରଦାୟ ଏକ ବିସ୍ତୃତ ଇତିହାସ, ପରମ୍ପରା ଓ ସଂସ୍କୃତି ରହିଛି। ସମୟର ପଟ୍ଟ ପରିବର୍ତ୍ତନ ସହ ଅବହେଳିତ ହୋଇ ରହିଥିବା ଏହି ମହାନ ଜାତିର ପୁନଃରୁତ୍ଥାନ ଜରୁରୀ ବୋଲି ସଭାରେ ମତ ପ୍ରକାଶ ପାଇଛି। ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମାଜର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କେଲା ଡ଼ମ୍ବ ସମାଜ ସଭାପତି ବେଲାଲସେନ ବେହେରା, ପ୍ରମୋଦ ତାଣ୍ଡି, ରୋହିତ ନାଏକ, ନବ କିଶୋର ନାଏକ ପ୍ରମୁଖ ସହଯୋଗ କରିଥିଲେ।