ଭାଟେଲ ଶ୍ରୀ ଗଣେଶ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମୁଡିଙ୍ଗ ଏକାଦଶ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶେରଗଡ଼ ଗ୍ରାମ ପଂଚାୟତର ଭାଟେଲ ଶ୍ରୀ ଗଣେଶ ଟି-୧୦ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଶ୍ରୀପାଲି ଖେଳ ପଡ଼ିଆରେ ଚାଲି ଆସୁଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଛି।

ଫାଇନାଲ ମ୍ୟାଚ ମୁଡିଂ ଏକାଦଶ ଓ ଶ୍ରୀପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୁଡ଼ିଂ ଏକାଦଶ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୧୩୧ ରନ କରିଥିଲା। ଜବାବରେ ଶ୍ରୀପାଲି ଏକାଦଶ ସମସ୍ତ ୱିକେଟ ହରାଇ ମାତ୍ର ୪୫ ରନ କରିବାରେ ସକ୍ଷମ ହୋଇ ପରାଜୟ ବରଣ କରିଥିଲେ। ମୁଡ଼ିଁ ଏକାଦଶ ଚାମ୍ପିଅନ ହୋଇଥିଲା।

ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ଶ୍ରୀପାଲି ଖେଳ ପଡିଆ ରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲା ପାରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଚାମ୍ପିଅନ ମୁଡ଼ିଙ୍ଗ ଓ ଉପ ବିଜେତା ଶ୍ରୀପାଲି ଏକାଦଶକୁ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଗଣେଶ ଟି-୧୦ କ୍ରିକେଟ କ୍ଲବ ଭାଟେଲର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.