ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳାରେ ଦୁଇଟି ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଛି। କବି ମାନସ ରଞ୍ଜନ ମହାପାତ୍ରଙ୍କ ଗଳ୍ପ ପୁସ୍ତକ ‘ନନାଙ୍କ ଖୁଞ୍ଚ ଲାଗିଥିବା ପଞ୍ଜାବୀ’ ଏବଂ ମାନସ ରଞ୍ଜନ ମହାପାତ୍ର ଓ ସୁଦୀପ୍ତା ମିଶ୍ରଙ୍କ ସମ୍ପାଦିତ ସମକାଳୀନ ଓଡ଼ିଆ କବିତା ସଙ୍କଳନ ‘ସାଇଲେଣ୍ଟ୍ ୱେଭସ୍ ଇନ୍ ସଲିଲକି’ ଲୋକାର୍ପିତ ହୋଇଛି। ହିନ୍ଦୀ ଭାଷାର ବିଶିଷ୍ଟ କବି ଲୀଳାଧର ମାଣ୍ଡଲୋଇ, ଦିବିକ ରମେଶ, ସୁରେଶ ଉନିଆଲ, ସୁନିଲ ସାକ୍ସେନା, ନ୍ୟାସନାଲ ବୁକ ଟ୍ରଷ୍ଟର ସମ୍ପାଦକ ଦ୍ଵିଜେନ୍ଦ୍ର କୁମାର, ଓଡ଼ିଆ ପ୍ରକାଶକ ଜୀବାନନ୍ଦ ମିଶ୍ର, ବି. ଏନ୍ ମହାପାତ୍ର, ବିରଜା ମହାପାତ୍ର, ଶୈଳବାଳା ମହାପାତ୍ର ପ୍ରମୁଖ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ।