ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ପଥପ୍ରାନ୍ତ ସଚେତନତା ସଭା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପଟାଭାଡି ସ୍ଥିତ ଶ୍ରୀ ଲୋକନାଥ ଶୈବପୀଠ ଠାରେ ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଷଷ୍ଠ ଦିନରେ ସୋନପୁର ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ସପ୍ତାହ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି। ଏହି ଉପଲକ୍ଷେ ଏକ କ୍ଷୁଦ୍ର ନାଟିକ ପରିବେଷଣ କରାଯାଇଥିଲା। ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳୀ ରଣା, ନମିତା ମିଶ୍ର ଓ ଜ୍ୟୋତି ବେଉରା ଙ୍କ ନାଟିକାର ନିଖୁଣ ଅଭିନୟ ସଭାରେ ଉପସ୍ଥିତ ଶହ ଶହ କର୍ମୀ, ସୁଭଦ୍ରା ମା, ସ୍କୁଲ୍ ଛାତ୍ରୀ ଓ ଅତିଥି ମାନଙ୍କ ମନକୁ ଛୁଇଁ ପାରିଥିଲା। ଶୁଭଦ୍ରା ମା ସୁଷମା ରଣାଙ୍କ ଅତିଥି ସ୍ଵାଗତ ସଂଗୀତ ଗୀତ ନାଚ ଅଭିନୟ, ଗୀତାଞ୍ଜଳୀ ସ୍ବାଇଁ ଙ୍କ ପ୍ରାରମ୍ଭିକ ଶୁଭଦ୍ରା ଭଜନ ସଂଗୀତ, ବାଳ ଶ୍ରମ ଛାତ୍ରୀ ଓ ଶୁଭଦ୍ରା ହିତାଧିକାରୀ ଙ୍କ କୁନି ଝିଅ ମାନଙ୍କ ଦ୍ବାରା ଆକର୍ଷଣୀୟ ଗୀତ ନାଚ ମନୋରଞ୍ଜନ କାର୍ଯ୍ଯ କ୍ରମ ଜରିଆ ରେ ଆଜି ସଚେତନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋନପୁର ସିଡିପିଓ ସାଗରିକା ସ୍ବାଇଁ ମୁଖ୍ୟ ଅତିଥି ଓ ସୋନପୁର ଆଇସିଡ଼ିଏସ ସୁପର ଭାଇଜର ଶ୍ରୀମତୀ ସୁଷମା ମିଶ୍ର, ମିଶନ ଶକ୍ତି ବ୍ଳକ୍ କୋଡ଼ିନେଟର ଅମିତ୍ କୁମାର ଡ଼ାଙ୍ଗ, ପୌର ପରିଷଦ ଅଙ୍ଗନୱାଡ଼ି ସୁପରଭାଇଜର ରୋଜିସ୍ମିତା ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶୁଭଦ୍ରା ମା ଓ ଅଙ୍ଗନ୍ ୱାଡି କର୍ମୀ ମାନଙ୍କୁ ଶୁଭଦ୍ରା ସଚେତନତା ବାର୍ତ୍ତା ପ୍ରଦାନ କରି ସରକାରଙ୍କ ଏ ମହିଳା ସଶକ୍ତି କରଣ ଯୋଜନା ରେ ସାମିଲ୍ ହୋଇ ଏହାର ଲାଭ ଉଠାଇବା ପାଇଁ ଓ ଏ ସହାୟତା ରେ ସମସ୍ତେ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଇଥିଲେ। ଅଙ୍ଗନୱାଡ଼ି କର୍ମୀ ଜ୍ୟୋତିର୍ମୟୀ ବେଉରା, ରୀତା ମହାରଣା ଓ ଗୀତାଞ୍ଜଳୀ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ସୋନପୁର ସିଡିପିଓ ଶ୍ରୀମତୀ ସାଗରିକା ସ୍ବାଇଁ ଙ୍କ ତତ୍ଵାବଧାନରେ ଆଜି ସୋନପୁର ବ୍ଲକର ଲଛିପୁର, ହରଡଖୋଲ ପଞ୍ଚାୟତ ଓ ସୋନପୁର ପଟାଭାଡ଼ି ଅଞ୍ଚଳରେ ଏଇ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.