ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସରୋଜ ପ୍ରଧାନୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପ ବୃଡିପଡା ସ୍ଥିତ ମାଁ ରୁଦ୍ର କାଳୀ କାମନା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛ. ଏହି ଉତ୍ସବ ୩ ତାରିଖ ଆରମ୍ଭ ହୋଇ ୭ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପାଳନ କରାଯିବ। କଳସ ଯାତ୍ରା, ଦୀକ୍ଷା ଗ୍ରହଣ, ମଣ୍ଡଳୀ କରଣ, ଶାଳ ପ୍ରବେଶ,ବୈଦିକ ପୂଜା, ସୂର୍ଯ୍ୟ ପୂଜା, ପର୍ବତ ପୂଜା,ଧରଣୀ ପୂଜା,ବନ ଯୋଗ , ଅଗ୍ନି ସ୍ଥାପନା ବୈଦିକ ପୂଜାର୍ଚ୍ଚନା, ପାର୍ଶ୍ଵ ଦେବା ଦେବୀଙ୍କର ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ପୂଜକ ଚନ୍ଦ୍ର ବାଘ , କର୍ତ୍ତା ବଳୀନ୍ଦ୍ର କହଁର, କର୍ତ୍ତୀ ମନ୍ଦାରୀ କହଁର, ସଭାପତି ଡୁଣ୍ଡେରା ମଲିକ, କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ, ଉପଦେଷ୍ଟା ଅଙ୍ଗଦ କହଁର, ସମାଜସେବୀ ବାବୁଲା କହଁର, ମୋହନ ବିନ୍ଧାଣି, ବିକ୍ରମ କହଁର, ହରେକୃଷ୍ଣ କହଁର,, ମକରନ୍ଦ ବିନ୍ଧାଣି, ଅରୁଣ ଦିଗାଲ ଦାୟିତ୍ଵ ତୁଲାଇଥିଲେ। ଆୟୋଜିତ କାର୍ଯ୍ୟ କ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ମାଁ ରୁଦ୍ର କାଳୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ଚାରି ଦିନ ଧରି ଉତ୍ସବକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ। ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀଦ୍ବାରା ଷୋହଳ ପ୍ରହରୀ ନାମ ଯଜ୍ଞ ଜାରି ରହିଛି। ଆୟୋଜିତ କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।