ଟିକ୍ରାପଡ଼ାରେ କ୍ଷତ୍ରୀୟ ସମାଜର ଜିଲ୍ଲା ସ୍ତରୀୟ ମାନସ ମନ୍ଥନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗାଁରେ ପାଟଣା କ୍ଷତ୍ରୀୟ ସମାଜ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ମାନସ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି | ସଭାରେ ଉପଦେଷ୍ଟା ଚନ୍ଦ୍ରମଣି ସିଂ ଦେଓ ଅଧ୍ୟକ୍ଷତା ତଥା ସଭାପତି ମୋହନ ସୁନ୍ଦର ବୁଡ଼େକ ସଭା ସଂଯୋଜନା କରିଥିଲେ |ଷଡ଼ବଂଶୀୟ କ୍ଷତ୍ରୀୟ ସମାଜ ଜିଲ୍ଲା ସଭାପତି ପ୍ରେମରାଜ ରାଜପୁତ, ଧରପଗଡ଼ର ଧ୍ରୁବଚରଣ ଚିନ୍ଦା, ଭଏଁସାର ରୁଦ୍ରମଣି ସିଂ ବାବୁ, ବୁଢ଼ାବାହାଲର ଉଦୟ ସିଂ ଠାକୁର, ବଙ୍ଗୋମୁଣ୍ଡାର ବିଜୟ ପ୍ରଧାନୀ, ଧୁମାଭଟାର ବନମାଳୀ ନାୟକ, କର୍ଲାର ଦିବ୍ୟସିଂହ ବୁଡ଼େକ, ଛନଛଡ଼ାର କରୁଣାକର ବୁଡ଼େକ ଅତିଥି ଭାବେ ଯୋଗଦେଇଥିଲେ | ସଭାରେ ଜାତି ସମାଜର ଉତ୍ଥାନ ପାଇଁ ବିଭିନ୍ନ ନୀତି, ଆଦର୍ଶ, କାର୍ଯ୍ୟପଦ୍ଧତି, ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଆଦି ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ହୃଷିକେଶ ବୁଡ଼େକ ଅତିଥି ପରିଚୟ ଓ ମୋହନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.