ଓୟୁଜେ ପକ୍ଷରୁ ସାମ୍ବାଦିକ ଦିପକ ମହାନ୍ତି ହେଲେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରୁପ୍ରାରୋଡ ପ୍ରମେୟ ପ୍ରତିନିଧି ଦିପକ ମହାନ୍ତି (ପୂର୍ଣ୍ଣଚନ୍ଦ୍ର ମହାନ୍ତି) ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ରବିବାର ଭବାନୀପାଟଣା ଟାଉନ୍ ହଲ୍ ଠାରେ ରବିବାର ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ରାଜ୍ଯ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ସାମ୍ବାଦିକ ହେମନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକ ଦିପକ ମହାନ୍ତିଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ସକାଳର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସ୍ଵାଧୀନ ପାତ୍ର, ଓଟିଭି ପ୍ରତିନିଧି ଇଙ୍ଗିତ ପଣ୍ଡା, ବିକାଶ ଷଢ଼ଙ୍ଗୀ, କନକ ଟିଭି ଜୟପାଟଣା ପ୍ରତିନିଧି ସମୀକ୍ଷା ପ୍ରହରାଜ, ପରେଶ ନାଏକ, ମନମୋହନ ପଧାନ, କିଶୋର ନାଏକ, ଆଶୁତୋଷ ରାଉତ, ସନତ କୁମାର ପ୍ରଧାନୀ, ଖଗେଶ୍ବର ଧଙ୍ଗଡାମାଝୀ, ଶୁଭମ ରୋହିଲା, ଭଦ୍ରାଞ୍ଚଳ ନାଏକଙ୍କ ସମେତ ସାମ୍ୱାଦିକ ଅଭୟ ପତି, ରାଜୀବ ମହାନ୍ତି, ବିକ୍ରମାଦିତ୍ୟ ସିଂଦେଓ ପ୍ରମୁଖ‌ଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ତେବେ ଶ୍ରୀ ମହାନ୍ତି ଓୟୁଜେ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବାରୁ ନର୍ଲା ସାମ୍ବାଦିକ ୟୁନିଅନର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ କୁମାର ଧଙ୍ଗଡାମାଝୀ, ସାମ୍ବାଦିକ ଅନିଲ ଅଗ୍ରୱାଲ, ସୁମିତ କୁମାର ଶର୍ମା, ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଜିଲ୍ଲାର ଅନେକ ସାମ୍ବାଦିକ ଏବଂ ବିଭିନ୍ନ ମହଲରୁ ଶ୍ରୀ ମହାନ୍ତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.