ବିଛୁବାହାଲିରେ ବିହନ ଛିନା ଯାତ୍ରା 

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ ବିଛୁବାହାଲି ଗାଁରେ ମହାସମାରୋହରେ ପାଳିତ ହୋଇଯାଇଛି ବିହନ ଛିନା ଯାତ୍ରା। ସର୍ବ ପ୍ରଥମେ ଧର୍ନୀ ଦେବୀ, ମାଟିଦେବତା, ଗଙ୍ଗାଦିବୁଢ଼ୀ, ଦୁଆରସନୀ, ବୁଢ଼ୀ ମାଁଙ୍କୁ ପୂଜାର୍ଚ୍ଚନା କରି ଫୁଲପୁଷ୍ପ ଅର୍ପଣ କରାଯାଇଥିଲା। ଗାଁର ପ୍ରଜାମାନଙ୍କୁ ନେଇ ଗାଁର ଗୋନ୍ତିଆ ଅଇବଲ ମାଝୀଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳିତ ହୋଇଥିଲା। ଝାଙ୍କର ଗୋପାଳ ମାଝୀ, ନରିଆ ଦଳ ଚନ୍ଦନ, ଶୁକ୍ରୁ ଚନ୍ଦନ ଏବଂ ଗାଁ କମିଟିର ସମ୍ପାଦକ ପିତାମ୍ବର ସେଠ ଓ ଗାଁର ଅନେକ ଭଦ୍ରବ୍ୟକ୍ତି ତଥା ମନମୋହନ ମାଝୀ, ତୁଲାରାମ ମାଝୀ, ଟଙ୍କଧର ମାଝୀ, ଦେବାର୍ଚ୍ଚନ ମାଝୀ, ନାରାୟଣ ମାଝୀ, ଅମର ମାଝୀ, ସାଧୁ ମାଝୀ, କୁବେର ମାଝୀ, ଧରମସିଂ ମାଝୀ, ନିରଞ୍ଜନ ମାଝୀ, ଗମ୍ଭୀର ମାଝୀ ସହଯୋଗ କରିଥିଲେ। ଲୋକ ବିଶ୍ୱାସ ଅନୁସାରେ ଗ୍ରାମର ଇଷ୍ଟଦେବୀ ଯେଉଁ ଧାନ ବିହନ ଦିଅନ୍ତି ସେଥିରେ ପୋକ ଲାଗେ ନାହିଁ। ଆଦିମ ଜନଜାତିଙ୍କ ଏହି ଆଦି ପରମ୍ପରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ବିଛୁବାହାଲି ଗାଁ। ଏହି ଉତ୍ସବରେ ଗାଁର ତ୍ରିନାଥ ବାଗ, ବିଜେଶ୍ଵର ତାଣ୍ଡି, ମୁନି ବାଗ, କୃଷ୍ଣଚନ୍ଦ୍ର ବାଗ, ଭୁଜ ବାଗ ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.