ବାଲେଶ୍ୱର ଜିଲ୍ଲାର ୨୦୨୪ ଓ ୨୦୨୫ ବିପଣନ ବର୍ଷ ନିମନ୍ତେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟରିୟମ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବାଲେଶ୍ୱର ଜିଲ୍ଲାର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରଙ୍କ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସୋର ବିଧାୟକ ମାଧବ ଧଡ଼ା, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମୁଖ୍ୟ ଯୋଗାଣ ଅଧିକାରୀ ତଥା ଜିଲ୍ଲା ପରିଚାଳକ ସଲାଉଦ୍ଦିନ ଖାଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ ସିଂ, ଉପଜିଲ୍ଲାପାଳ ବାଲେଶ୍ୱର ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ଡି.ଆର.ସି.ଏସ, ଜିଲ୍ଲାର କୃଷି ସମ୍ବଳିତ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହି ଧାନ ସଂଗ୍ରହ କମିଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଧାୟକଗଣ ନିଜ ନିଜ ଅଂଚଳର ଚାଷୀମାନେ କିପରି ନିଜର ଉଚିତ ସରକାରୀ ସହାୟକ ମୂଲ୍ୟ ପାଇ ପାରିବେ, ଧାନ କ୍ରୟ ନିମନ୍ତେ ଆବଶ୍ୟକ ନିଷ୍ପତ୍ତି, ନିଷ୍ପତ୍ତି ଗୁଡ଼ିକର ସଫଳ କାର୍ଯ୍ୟାନ୍ନୟନ ତଦାରଖ, ଧାନ କ୍ରୟ ନିମନ୍ତେ କେନ୍ଦ୍ର ଗୁଡ଼ିକର ଚାଷୀଙ୍କ ସୁବନ୍ଦୋବସ୍ଥ ମଣ୍ଡି ପରିଚାଳନା ପାଇଁ ନୋଡ଼ାଲ ଏବଂ ସୁପରଭାଇଜିଙ୍ଗ୍ ଅଫିସର୍ ବ୍ୟବସ୍ଥା, ସୀମା ସିଲ, ଏଫ.ଏ.କ୍ଯୁ. ମାନ ଯାଞ୍ଚ ପାଇଁ ଯନ୍ତ୍ର ଏବଂ କ୍ଲିନିଙ୍ଗ ବ୍ୟବସ୍ଥା ସମ୍ପର୍କରେ ଧାନର ମିଶ୍ରିତ ବାହ୍ୟ ପଦାର୍ଥ ସର୍ବୋଚ୍ଚ ୧୭% ପର୍ଯ୍ୟନ୍ତ କୋହଳ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ୨୦୨୪-୨୫ ରବି ଋତୁର ଧାନକ୍ରୟ ନିମନ୍ତେ ମୋଟ ୪୭୪୮୬ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୧୯୭୮୦୪୦ କୁଇଣ୍ଟାଲ ଆନୁମାନିକ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ସମ୍ପର୍କରେ ବୈଠକରୁ ଜଣା ପଡ଼ିଛି। ସର୍ବଶେଷରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ଉପସ୍ଥିତ ସମସ୍ତ ସଦସ୍ୟ / ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.