ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଗୋବର୍ଦ୍ଧନ ବିଶ୍ଵାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ସୂଚନା ଲୋକ ସମ୍ପର୍କ ଅଧିକାରୀ ଐଶ୍ବର୍ଯ୍ୟା ସାମନ୍ତଙ୍କ ଠାରୁ ଗତକାଲି ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ବିଶ୍ୱାଳ ଦୀର୍ଘ ଦିନ ଧରି ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି। ତୃତୀୟ ଶ୍ରୀକ୍ଷେତ୍ର ଭାବେ ବେଶ୍ ଜଣଶୁଣା ନୀଳଗିରିର ରଥଯାତ୍ରା, ସ୍ବାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ ବିଭିନ୍ନ ସରକାରୀ ଉତ୍ସବକୁ ଦକ୍ଷତାର ସହ ପରିଚାଳନା କରିବାରେ ତାଙ୍କର ସୁନାମ ରହିଛି। କାର୍ଯ୍ୟଭାର ଗ୍ରହଣ କରି ସେ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି।