ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ପରୀକ୍ଷା ଫଳ ପ୍ରକାଶିତ

ମେଧା ତାଲିକାର ଶୀର୍ଷରେ ପୁଣି ରହିଲେ ଛାତ୍ରୀମାନେ

ଓଡିଆ ବାର୍ତ୍ତା/ ବାଲେଶ୍ବର ( କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟଗୁଡ଼ିକର ଚଳିତ ବର୍ଷ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ତଥା ଶେଷବର୍ଷର ପରୀକ୍ଷା ( ରେଗୁଲାର )ଫଳ ଆଜି ପ୍ରକାଶିତ ହୋଇଛି। ସୂଚନା ଅନୂଯାୟୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅନୁମତି କ୍ରମେ ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ ଓ ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ ଉପସ୍ଥିତିରେ ଫଳାଫଳ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା।
ଏଥିସହ www.orissaresults.nic.in ରେ ଫଳାଫଳ ଉପଲବ୍ଧ କରାଯାଇଥିଲା। ଚଳିତ ବର୍ଷ ପାସ୍ ହାର ୮୨.୬ ପ୍ରତିଶତ ରହିଛି। ଏଥିରେ ସମୁଦାୟ ୧୨,୪୧୬ ଛାତ୍ରଛାତ୍ରୀ (ପାସ୍ ଓ ସମ୍ମାନ) ପରୀକ୍ଷା ଦେଇଥିବା ବେଳେ ୧୦,୨୫୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହାସଲ କରିଛନ୍ତି। କଳା ପାଠ୍ୟକ୍ରମରେ ସର୍ବୋଚ୍ଚ ୮୮, ବିଜ୍ଞାନରେ ୬୬.୬ ଓ ବାଣିଜ୍ୟରେ ୮୨.୬ ପ୍ରତିଶତ ରହିଛି। ଏଥିସହିତ ଶୀର୍ଷସ୍ଥାନ ତାଲିକାରେ ଛାତ୍ରୀମାନଙ୍କ ପ୍ରଦର୍ଶନ ଉଚ୍ଚମାନର ହୋଇ ପାରିଥିବା ଯୋଗୁଁ ସମସ୍ତେ ଏନେଇ ଖୁସିବ୍ୟକ୍ତ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଶ୍ରୀ ରଞ୍ଜନ କୁମାର ରାୟ ଏହି ଫଳାଫଳର ଏକ ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀଗଣ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ଉଜ୍ଜ୍ବଳ ଭବିଷ୍ୟତ ନେଇ ଆଶାବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.