ନାଗାବଳି ନଦୀରେ କାଗଜ କଳର ମନମାନି, ଆଡ଼ିବନ୍ଧରେ ଜନ ଜୀବନ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଜେକେ ପୁର ଦେଇ କାହୁଁ କେଉଁ କାଳରୁ ନାଗାବଳି ନଦୀ ପ୍ରବାହିତ ହୋଉଛି | ଏହି ନଦୀ ଆନ୍ଧ୍ର-ଓଡିଶା ଦୁଇଟି ରାଜ୍ୟର ଜୀବନ ରେଖା ଭାବେ ଅଭିହିତ ହୋଇଥାଏ | ନାଗାବଳି ନଦୀ ପୂର୍ବରୁ ଚିରସ୍ରୋତା ନଦୀ ରୂପେ ପରିଗଣିତ ହେଉଥିବାବେଳେ ବର୍ତ୍ତମାନ ଜେକେ ପୁର କାଗଜ କଳ ସାନ ଚାନ୍ଦିଲି ଗ୍ରାମ ନିକଟରେ ନଦୀର ୯୦ ଭାଗ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ଏକ ବିଶାଳ କାୟ ଆଡ଼ିବନ୍ଧ ନିର୍ମାଣ କରିଛି | ନଦୀଟି ବର୍ତମାନ ୧୦ ଭାଗରେ ତଳମୁଣ୍ଡକୁ ଶୁଖିଲା ନାଳ ସଦୃଶ୍ୟରେ ପ୍ରବାହିତ ହେଉଅଛି | ଯାହା ଫଳରେ ନଦୀର ତଳମୁଣ୍ଡରେ ବସବାସ କରୁଥିବା ପ୍ରାୟ ୧୦୦ ଖଣ୍ଡ ଗ୍ରାମରେ ଗୃହ ପାଳିତ ପଶୁ, ପକ୍ଷୀ ଠାରୁ ଆରମ୍ବ କରି ସମସ୍ତ ଜୀବଜନ୍ତୁ ଜଳ ବିହୁନେ ହାହାକାର ହୋଇ ପଡ଼ିଛନ୍ତି  । ଗ୍ରାମବାସୀମାନେ ଏନେଇ ରାୟଗଡ଼ା ବିଧାୟକ ଆପୁଲ ସ୍ୱାମି କାଡ୍ରାକାଙ୍କ ନିକଟରେ ଅଭିଯୋଗ କରିଥିଲେ | ଏହା ପରେ ବିଧାୟକ ଉକ୍ତ ଅଞ୍ଚଳକୁ ଭ୍ରମଣ କରି କାଗଜ କଳ ଦ୍ୱାର ନିର୍ମିତ ଆଡ଼ିବନ୍ଧ ସହ କାଗଜ କଳରୁ ନିର୍ଗତ ଦୁର୍ଗନ୍ଧ ରସାୟନ ଦେଖି ନିଜେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ | ଏହା ପରେ ବିଧାୟକ କାଗଜ କଳ ଦ୍ୱାରା ନିର୍ମିତ ଆଡ଼ିବନ୍ଧକୁ ପ୍ରଶାସନ ସହାୟତାରେ ତୁରନ୍ତ ହଟା ଯିବାକୁ କୁହାଯିବ, ଯଦି ପ୍ରଶାସନ ଦ୍ୱାରା ପଦକ୍ଷେପ ନ ନିଆଯାଏ ଅଗାମି ଦିନରେ ନିଜେ ଲୋକଙ୍କ ସହାୟତାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.