ସର୍ଗିଗୁଡା ୨୪ ପ୍ରହର ନାମ ଯଜ୍ଞ ପାଇଁ କଲସ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର ଅପରାହ୍ନ ୪.୩୦ ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ଵରେ ସର୍ଗିଗୁଡାର ଶତାଧିକ ଶ୍ରଦ୍ଦାଳୁ ମହିଳା ଓ ପୁରୁଷ ଭକ୍ତ ଏଥିରେ ସାମିଲ ହୋଇଥିଲେ । ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଭକ୍ତ ଚରଣ ନାଏକ, ଜହରଲାଲ ବିଶ୍ଵାଳ, ଉଗ୍ରେସନ ଗଉଡ, ଗଜିନ୍ଦ୍ର ମାଝୀ, ଚକ୍ରଧର ସା, ମାନସ ସା, ଚକ୍ରଧର ଜୁଆଡ, ପୂର୍ବତନ ସଭାପତି ନାରାୟଣ ମାଝୀ, କାହ୍ନୁ ମାଝୀ, କିଶୋର ନାଏକ, ଟାରଜନ ଗଉଡ, ପଙ୍କଜ ପଧାନ, ଯୁଗେଶ୍ୱର୍ ବିଶ୍ବାଳ, ବୁଲୁ ମିଶ୍ର, ରଞ୍ଜନ ବିଶ୍ଵାଳ, ଭୁଟଲାଲ ପଧାନ, ଭବାନୀ ବାଗ, ଶରତ ମିଶ୍ର, ଭବାନୀ ନାଏକ, ବିପ୍ର ବିଶ୍ବାଳ ପ୍ରମୁଖଙ୍କ ସମେତ ଗ୍ରାମର ଅନେକ ଶ୍ରଦ୍ଧାଳୁ ଭକ୍ତ ଏଥିରେ ସାମିଲ ହୋଇଥିଲେ। ସାନ୍ଦୁଲ ନଦୀରେ ପୂଜା ପାଠ ପରେ କଳସ ରେ ଜଳନେଇ ସର୍ଗିଗୁଡା ନାମଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୪ ପ୍ରହର ନାମଯଜ୍ଞର କର୍ତ୍ତା ସୁନୀତା ନାଏକ ଓ ସଞ୍ଜୟ ନାଏକ ଦମ୍ପତି ମୁଖ୍ୟ କଳସ ମୁଣ୍ଡେଇ କଳସ ଯାତ୍ରାର ସର୍ବାଗ୍ରେ ଚାଲିଥିଲେ। ସଂର୍କୀର୍ତ୍ତନ ମଣ୍ଡଳୀ ଓ ଡିଜେ ବାଜା ସହ ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଳସ ଯାତ୍ରୀ ସମୁହ ନାମଯଜ୍ଞ ମଣ୍ଡପକୁ କଳସ ନେଇ ଆସିବା ପରେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସହ ଯୋଗୀ ଭାବରେ ଜପକ ନିକୁଞ୍ଜ ପାଢ଼ୀ, ତ୍ରିଲୋଚନ ତ୍ରିପାଠୀ, ପାଚକ ନାରାୟଣ ପାଢୀ ପ୍ରମୁଖ ମଣ୍ଡପ ଭିତରେ ଓ ମଣ୍ଡପ ପରିସରରେ ସର୍ଗିଗୁଡାର ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ କଳସ ସ୍ଥାପନା କରିବା ସହ ଅଧିବାସ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏଥିରେ କରୁଣାକର ନାଏକ, କବିରାଜ କରୁଆଁ, କୃଷ୍ଣ ପୋଢ଼, ସୁଦାମ ଜାଲ, ଫକୀର ନାଗ ପ୍ରମୁଖ ସହଯୋଗ କରିଥିଲେ। ଗତ ବର୍ଷର ଦଧିହାଣ୍ଡି କଳସର ପୂଜା ଗୁଆକୁ ପାଛୋଟି ଅଣାଯାଇଥିଲା। ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ନାମଯଜ୍ଞ ପରିଚାଳିତ ହେଉଛି। ଏଥିରେ ଜପକ ଭାବରେ ନିକୁଞ୍ଜ ପାଢ଼ୀ,ତ୍ରିଲୋଚନ ତ୍ରିପାଠୀ ଜପକ ଓ ନାରାୟଣ ପାଢୀ ପାଚକ ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି। ଶୁକ୍ରବାର ସକାଳ ୬.୫୧ ସମୟରେ ନାମ ଆରମ୍ଭ ହେବ। ସର୍ଗିଗୁଡା ର ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିବେ। ଏହା ଶୁକ୍ରବାର, ଶନିବାର ଓ ରବିବାର ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ। ଆସନ୍ତା ସୋମବାର ସକାଳ ୬.୫୧ ରେ ନାମ ଛାଡିବା ସହ ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି। ନାମଯଜ୍ଞ ପାଇଁ ସ୍ଥାୟୀ ମଣ୍ଡପକୁ ନବବଧୁ ଭଳି ସଜାଇ ଦିଆଯାଇଥିବା ବେଳେ ସର୍ଗିଗୁଡା ଗ୍ରାମ ଉତ୍ସଵ ମୁଖର ହୋଇଉଠିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.