ପରାକ୍ରମ ଦିବସ ଉପଲକ୍ଷେ ଜୁନାଗଡ଼ରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ପରାକ୍ରମ ଦିବସ ଉପଲକ୍ଷେ ଆଜି ଜୁନାଗଡ଼ ରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ଥିଲେ।ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଜୁନାଗଡ଼ ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ଏହି ତ୍ରିରଙ୍ଗା ଯାତ୍ରାକୁ ବିଭିନ୍ନ ସଂଗଠନର ସହଯୋଗ ମିଳିଥିଲା, ଯେପରିକି ବାର ଆସୋସିଏସନ,  ମାଇନୋରୋଟି ମୋର୍ଚ୍ଚା, ବହୁଜନ ସଂଗ୍ରାମ ସମିତି, ସରପଞ୍ଚ ସଂଘ, ମାରୱାଡ଼ି ଯୁବା ମଞ୍ଚ, ଓବିସି ସମାଜ, ଯାଦବ ସମାଜ ଓ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାମାନେ। ଏହି ଯାତ୍ରାରେ ଜୁନାଗଡ଼ର ନାଗରିକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏକ୍ସ ଆର୍ମୀ, ଏକ୍ସ ମିଲିଟାରୀ, ଫାୟାର ମ୍ୟାନ ଓ ପୁଲିସ ବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ଆୟୋଜନରେ ସକ୍ରିୟ ଭାଗ ନେଇଥିଲେ। ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଜନମାନସରେ ଦେଶପ୍ରେମ ଓ ଜନସମ୍ପ୍ରୀତିର ବାର୍ତ୍ତା ପ୍ରସାର କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଏକତା ଓ ସହଯୋଗ ମାଧ୍ୟମରେ ସଫଳ ଭାବରେ ସମ୍ପନ୍ନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.