ପଣ୍ଡାରା ମାଳି ସମାଜର ମହାସଭା ପାଇଁ ପ୍ରସ୍ତୁତି ବୈଠକ

ଆତ୍ମଘୋଷିତ ସଭାପତି ଓ କୂଳପତିଙ୍କୁ ସମାଜ ପକ୍ଷରୁ ବିରୋଧ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣାଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରୁ ପଣ୍ଡରା ମାଳି ସମାଜର ଵହୁସଂଖ୍ୟାକ ରେ ଲୋକ ଉପସ୍ଥିତ ଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ମତ ପ୍ରକାଶ କରିଥିବା ବେଳେ ଗତ କିଛି ଦିନ ତଳେ ଚାହାରଵାହଳ ଧାନ ମଣ୍ଡି ଠାରେ ଏକ ମହାସଭା ଆୟୋଜିତ କରାଯାଇଥିଲା ଏଵଂ ଉକ୍ତ ସଭାରେ ସମାଜର ବିଭିନ୍ନ ପଦପଦବୀ ଘୋଷଣା କରାଯାଇଥିଲା ତାହା ସମାଜ ତରଫରୁ ଦୃଢ଼ ବିରୋଧରେ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ଆଜି ଗଡିଆଯୋର ଆମ୍ବ ତୋଟା ଠାରେ ଏକ ସାଧାରଣ ବୈଠକ ଆୟୋଜନ କରାଯାଉଥିବା ଏଵଂ ପୂର୍ବ ଗଠିତ ହୋଇଥିବା ସଭାପତି ଏଵଂ କୂଳପତିଙ୍କୁ ମଧ୍ୟ ଆଜିର ବୈଠକ ସମାଜ ପକ୍ଷରୁ ଏକ ଚିଠି ପଠାଯାଇଥିଲା ହେଲେ ଉକ୍ତ ବୈଠକରେ ସଭାପତି କିମ୍ବା କୂଳପତିଙ୍କ ଅନୁପସ୍ଥିତିକୁ ନେଇ ଆଜିର ବୈଠକରେ ସମାଜ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା । ଆଜିର ବୈଠକରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜ ଲୋକଙ୍କ ସହମତି କ୍ରମେ ପୁଣି ଏକ ମହାସଭା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ମହାସଭାକୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ପ୍ରତ୍ୟେକ ବ୍ଳକରୁ ଦଶ ଦଶ ଜଣ ଲୋକଙ୍କୁ ନେଇ ଏକ କୋର କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି କଲମପୁର ଅଞ୍ଚଳରୁ ଉମାଶଙ୍କର ପୂଝାରୀ, ମଧୁସୂଦନ ନାଏକ, ଚନ୍ଦ୍ର ନାଏକ, କ୍ଷୀରୋଦ ନାଏକ, କୋକସରା ଅଞ୍ଚଳରୁ ଭଜମନ ନାଏକ, ଗୋବର୍ଦ୍ଧନ ନାଏକ, କ୍ଷୀର ସିନ୍ଧୁ ଵୋଡକିଆ, ଗୋଲାମୁଣ୍ଡା ଅଞ୍ଚଳରୁ ତୁଲେଶ୍ଵର ନାଏକ, ଥଵିର ନାଏକ, କୃଷ୍ଟ ଚନ୍ଦ୍ର ନାଏକ, ବିପିନ ନାଏକ, ଧର୍ମଗଡ଼ ଅଞ୍ଚଳରୁ ଵିଦ୍ୟା ଧର ନାଏକ, ପ୍ରେମ ଲାଳ ନାଏକ, ଜୟ ଶଙ୍କର ନାଏକ, ଗିରି ପ୍ରସାଦ ନାଏକ, ମନୋଜ ନାଏକ, ଉଦିତ ନାଏକ, ସମେତ ବହୁଲୋକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.