ଗୋଲାମୁଣ୍ଡାରେ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପହଲଗାମ ଆତଙ୍କୀ ହମଲାର ଉଚିତ ଜବାବ ଦେଇଛନ୍ତି ଭାରତୀୟ ସୈନିକ। ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ଅଭିଯାନରେ ଭାରତୀୟ ସେନାର ଅସୀମ ତ୍ୟାଗ, ପରାକ୍ରମ ଓ ବୀରତ୍ୱକୁ ସମ୍ମାନ ଜଣାଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେଶର କୋଣ ଅନୁକୋଣରେ ଏହି ଯାତ୍ରାରେ ବିଜୟ ଯାତ୍ରା ପାଳନ କରୁଛି ଦେଶ। ସୀମାରେ ଲଢ଼ୁଥିବା ସୈନିକଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗୋଲାମୁଣ୍ଡା ବ୍ଲକରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ଠାରୁ ଚପରିଆ ପଯ୍ୟନ୍ତ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେରଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ସଭାପତି ପ୍ରମୋଦ ପ୍ରଧାନ, ବରିଷ୍ଠ କାର୍ଯକର୍ତ୍ତା ଲକ୍ଷ୍ମୀକାନ୍ତ ବାଗ, ଲଳିତ ପ୍ରଧାନ, ପ୍ରଦୀପ ପଣ୍ଡା, ଧୂଷାସନ ବାଗ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ରାଉତ, ଗଣେଶ ରାଉତ, ଅଭିମନ୍ୟୁ ଦାସ ଏବଂ ଗୋଲାମୁଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ହେମନ୍ତ ବାଗ ଓ ଜ଼ିଲ୍ଲା ଯୁବମୋର୍ଚ୍ଚା ସଦସ୍ୟ ସମୀର ସାହୁ, ଚିତ୍ତ ରାଉତ, ବାଦଲ ନାୟକ, ଅକ୍ରୁର ନାଏକ ସମେତ ବ୍ଲକର ବିଭିନ୍ନ ଅଞ୍ଚଳର ଲୋକେ ସମର୍ଥନ ଜଣାଇ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.