ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପେକ୍ସ ତରଫରୁ ରବି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ସମୟରେ ସମ୍ମାନିତ ଅତିଥି ଭାବେ ଏସଆର ବିଶ୍ୱନାଥ ସିଂ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ପେକ୍ସ କର୍ମଚାରୀ, ପେକ୍ସ ସଭାପତି ଉଦିଆ ନିଆଲ, ପେକ୍ସ ସମ୍ପାଦକ କିରୋଟି ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ଭୋଇ, ନୋଡାଲ ଅଫିସର ଉର୍ମିଲା ନାଗ, ଆରଏମସି କର୍ମଚାରୀ ତପନ ନାଏକ, ତ୍ରିନାଥ କାଣ୍ଡ, ରତ୍ନାକର ହଂସ, ଧୀରେନ୍ଦ୍ର ହଂସ ଏବଂ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ଥିଲେ । ଗୋଲାମୁଣ୍ଡା ବ୍ଲକରେ ୬ ଟି ମଣ୍ଡିରୁ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୫ ଟି ମଣ୍ଡିରେ ପ୍ୟାକ୍ସ ଧାନ କ୍ରୟ କରିବ ବୋଲି ଜଣାପଡିଛି ।