ପୁଣି କରୋନା ଆରମ୍ଭ ଯୋଗୁଁ ଅଧାରେ ଅଟକିଲା ଶଙ୍କରଙ୍କ ସାଇକେଲରେ ଚାରିଧାମ ଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳ ର ଶଙ୍କରଙ୍କ ସାଇକେଲ ରେ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ ଯାତ୍ରାରେ ଯିବା ପାଇଁ ସେଠାକାର ପୋଲିସ ବାରଣ କରିବା ସହ ନିଜ ଘରକୁ ଫେରିବାକୁ ପରାମର୍ଶ ଦେଇଥିଲା। ପ୍ରକାଶ ଯେ, ବର୍ତ୍ତମାନ ଦେଶକୁ ପୁଣି କରୋନା ଭୂତାଣୁ ଫେରିଛି। ଭୟ ଦେଖାଉଛି କରୋନା ଏଭଳି କ୍ଷେତ୍ରରେ ଶଙ୍କରଙ୍କ ସାଇକେଲରେ ଚାରିଧାମ ଯାତ୍ରା ସୁରକ୍ଷିତ ନ ଥିବା ହରିୟାଣା ପୋଲିସ ଶଙ୍କରଙ୍କୁ ବୁଖାଇଥିଲା। ସେ ପୋଲିସ ପ୍ରଶାସନର ଏଭଳି ପରାମର୍ଶକୁ ଗ୍ରହଣ କରି ଗାଁକୁ ଫେରିବାକୁ ନିଷ୍ପତ୍ତି ନେବା ସହ ସେ ଟ୍ରେନ୍‌ରେ ଦିଲ୍ଲୀ ଫେରିଥିଲେ। ସେଠାରୁ ସେ ନିଜ ଗାଁକୁ ଫେରୁଛନ୍ତି। ତାଙ୍କର ଏହି ଯାତ୍ରା ଅଧାରୁ ଅଟକି ଥିବାରୁ ସେ ଭାଙ୍ଗି ପଡ଼ିଛନ୍ତ। ସେ ଦୁଃଖ ପ୍ରକାଶ କରିବା ସହ ପୁଣି ଏହି ଯାତ୍ରା ଆଗକୁ ନିଶ୍ଚିତ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଶଙ୍କର ଦାରିଙ୍ଗବାଡ଼ିରୁ ଏହି ଯାତ୍ରା ମାର୍ଚ୍ଚ ୨୪ରୁ ଆରମ୍ଭ କରିଥିଲେ। ସେ ସାଇକେଲ ଯାତ୍ରାରେ ବାହାରି ପଶ୍ଚିମ ଓଡ଼ିଶାର ବିଭିନ୍ନ ମନ୍ଦିର ଦର୍ଶନ କରି ପ୍ରଥମେ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ, ଅଯୋଧ୍ୟା, ଧରିଦେବୀ, ଗଙ୍ଗା ଦର୍ଶନ, କେଦାରନାଥ ଓ ବଦ୍ରୀନାଥ ଦର୍ଶନ ସାରିଥିଲେ। ସେଠାରୁ ସେ ହରିଦ୍ୱାର ହୋଇ ହରିୟାଣାରେ ପହଞ୍ଚିଥିଲେ। ସେଠାରୁ ସେ ଗୁଜରାଟର ଦ୍ୱାରିକା ଦର୍ଶନ କରି ସେ ତାମିଲନାଡୁର ରାମେଶ୍ୱରମ ଓ ପରେ ଓଡ଼ିଶା ଫେରି ପୁରୀ ଦର୍ଶନ କରି ନିଜ ଚାରିଧାମ ଯାତ୍ରାକୁ ସମ୍ପୂର୍ଣ୍ଣ କରିଥାନ୍ତେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.