ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ବୁଢାବାହାଲ ପଞ୍ଚାୟତ ଡୁଙ୍ଗୁରିପାଲି ଗାଁରେ ଭାରତୀୟ ଜନତା ପାର୍ଟି ତରଫରୁ ତ୍ରିରଙ୍ଗା ଯାତ୍ରା ମଣ୍ଡଳ ସଭାପତି ଦର୍ଶନ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସଭାରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେନ୍ଦ୍ର ଠାକୁର ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀ, ସୁରେଶ ଦନ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ‘ଅପରେସନ ସିନ୍ଦୁର’ରେ ଭାରତର ସାମରିକ ଶକ୍ତି ଓ ଭାରତୀୟ ଯବାନଙ୍କ ଦେଶପ୍ରେମ, ତ୍ୟାଗ, ପରାକ୍ରମ ସମଗ୍ର ବିଶ୍ୱକୁ ଚକିତ କରିଦେଲା | ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାରେ ଆମେ ସମସ୍ତେ ଗର୍ବିତ ବୋଲି ବକ୍ତାଗଣ କହିଥିଲେ | ନେପାଳ ସୁନା ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ଭାରତମାତାକୀ ଜୟ, ପାକିସ୍ତାନ ମୁର୍ଦ୍ଦାବାଦ, ଶହୀଦ ଯବାନ ଅମର ରହେ ଆଦି ନାରା ପ୍ରଦାନ ପୂର୍ବକ ଗ୍ରାମରେ ବିଜୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା | ବୈକୁଣ୍ଠ ମାଝୀ, ସୁଶୀଳ ସାହୁ, ଦୈତାରୀ ରଣା, କୌତୁକ ସାହୁ, ବିନୋଦ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଓ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |